You may like

6/recent/ticker-posts

ମାଟି ନାହିଁ ତ ଭାତ ନାହିଁ,Odia Article, No Soil No Rice, Agri Tech(All about Agriculture)

 ମାଟି ନାହିଁ ତ ଭାତ ନାହିଁ,Odia Article, No Soil No Rice, Agri Tech(All about Agriculture)


ଆମେ ଜାଣୁ ଯେ ପୃଥିବୀ ଏକ ରହସ୍ୟମୟ ଦୁନିଆରେ ଝୁଲିକି ଅଛି। ଅବିଶ୍ଵସନୀୟ ହେଲେ ମଧ୍ୟ କଥା ଟି ସତ । ଏହିଭଳି ପରିପେକ୍ଷୀରେ କେତେଯେ କିସମର ପ୍ରାଣୀ ଜନ୍ମ ହେଇଛନ୍ତି ତାହା କଳନା କରିବା ଅସମ୍ଭବ । କେତେକ ପ୍ରାଣୀ ବଞ୍ଚିବାକୁ ଖାଦ୍ଯ ଖୋଜିବା ସହ ଆଉ କେତେକ ଅନ୍ୟ ଉପରେ ନିର୍ଭର କରନ୍ତି । ଏଇ ଯେମିତି ମଣିଷ, କିନ୍ତୁ ମଣିଷର ଏପରି କାର୍ଯ୍ୟ ଦିନକୁ ଦିନ ବଦଳିବାରେ ଲାଗିଲାଣି । 

Mr.Pravat is explaining about the millet cultivation in SMI method to farmers


ଦିନକୁ ଦିନ ସମୟ ବଢିବା ସହ ମଣିଷ ବି ସମୟ ତାଳରେ ନିଜକୁ ଖାପ ଖୁଆଇ ଚଳିବା ଆରମ୍ଭ କରିଦେଲାଣି । ଆଉ ମଣିଷ ସମାଜ ସୁପ୍ତ ଅବସ୍ଥାରେ ନାହିଁ କି ନିଜର କର୍ତବ୍ୟ ପରାୟଣ କୁ ଲୁକ୍କାୟିତ କରି ରଖି ନାହିଁ । ସେ ବଞ୍ଚିବାକୁ ଅନେକ କଥା, ଅନେକ କାମ ଓ ଅନେକ କିଛି ଶିଖିଗଲାଣି । ସବୁଠୁ ଆଶ୍ଚର୍ଯ୍ୟ ଓ ହଇଚଇ ସୃଷ୍ଟି କରିଦେଉଥିବା କଥା ହଉଛି ଆଜିର ସମାଜ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଲାଣି । ନିଜ ମାଟି ଓ ପରିବେଶକୁ ନିର୍ମଳ ରଖିବା ସହ ତାର ଯତ୍ନ ମଧ୍ୟ ନେଲାଣି । ଆଉ ଆମେ ମାଟି, ପାଣି ଓ ପବନ ସହ ପରୋକ୍ଷ ଏବଂ ପ୍ରତ୍ଯକ୍ଷ ଭାବରେ ଜଡିତ ବୋଲି ନିଜେ ବିବେଚନା କଲାଣି । 

ମତେ ଲାଗେ ବୈଜ୍ଞାନିକ ମାନେ ଯେବେଠୁ ଉତ୍ପତି ହେଲେଣି ସେବେଠୁ ବୋଧେ ସେମାନଙ୍କ କାର୍ଯ୍ୟକଳାପକୁ ବୈଜ୍ଞାନିକ ପଦ୍ଧତି କହୁଛୁ, ତାହା ବି ମଧ୍ୟ ଆଜିର ମଣିଷ କୃଷିରେ ବ୍ୟବହାର କଲାଣି । ଖୁବ କମ ସମୟରେ ଅଧିକ ଅମଳ ପାଇବାର ନିଶା ଯେ ସେମାନଙ୍କୁ ଘାରିଛି ତାହା କହିବା ବହୁତ ମୁସ୍କିଲ । ଏହା ଦ୍ଵାରା ମାଟି ମା ବିପଦ ଆଡକୁ ଗତି କଲାଣି ଏକଥା କୁ ଧ୍ୟାନ ବା କିଏ ଦେବ । ଏପରି ଏକ ଅଗ୍ରାହ୍ୟ ଅପ୍ରାତ୍ୟଜନକ ପରିସ୍ଥିତିକୁ ନେଇ ମୁଁ ମୋର ଏକ ଅନୁଭୂତି ପ୍ରକାଶ କରୁଛି । 

ମୁଁ ଓଡିଶାର ଏକ ଅଗ୍ରଣୀ ଓ ଏକମାତ୍ର କାମିକା ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥାଏ । ଯେହେତୁ କୃଷି ଉପରେ ପାଠ ପଢିଥିବାରୁ ମୁଁ ଅନେକ ସମୟରେ ବିଭିନ୍ନ ପଲ୍ଲି ଗ୍ରାମକୁ ଯାଇ ଚାଷୀଙ୍କ ସହ ଆଲୋଚନା କରେ ଓ ସେମାନଙ୍କ ଚାଷବାସ ଉପରେ ଆଲୋକପାତ କରେ । ମୁଁ ଦେଖେ ଯେ ସବୁ ଚାଷୀଙ୍କ ପ୍ରାୟ ଗୋଟିଏ ଅସୁବିଧା, ଚାଷ ଠିକ ରେ ହେଉନାହିଁ କି ଆଶାନୁଯାଇ ଅମଳ ହେଉନାହିଁ, ମାଟି ବାରମ୍ବାର ସୁଖି ଆଁ କରି ରହୁଛି । ତାହାର ବିକଳ୍ପାନୁଯାଇ ଅନେକ ରାସାୟନିକ ସାର ଓ କୀଟନାଶକ ପକାଇ ଚାଷ ଜମିକୁ ନଷ୍ଟ କରି ଦଉଛନ୍ତି , ସବୁ ଜାଣି ମଧ୍ୟ ଚୁପ ରହି ଅମଳ କରୁଛନ୍ତି । 

ମୁଁ ସର୍ବଦା ଆଦିବାସୀ ବହୁଳ ଅଞ୍ଚଳରେ କାମ କରୁଥାଏ। ଚତୁର୍ଦିଗ ପାହାଡ ଘେରରେ ସେମାନଙ୍କ ଗାଁ ଲାଗେ ଯେମିତି ଗୋଟେ ବଡ ଅଶୂର ନିଜ ବିଶାଳ ବାହୁ ଦ୍ଵାରା ଗାଁ କୁ ଘୋଡେଇ ରଖିଛି । ପରିବେଶ କଥା ତ ନ କହିଲେ ନଚଳେ, ଏତେ ସବୁଜ ନିର୍ମଳ ର ଦୃଶ୍ୟ ଖୁବ ମନଲୋଭା ଅଟେ । ସକାଳ ଓ ସନ୍ଧ୍ଯାର ପରିବେଶ ଏମିତି ଦେଖାଯାଏ ଯେମିତି ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ କେବଳ ଏହି ଗାଁ ର ସୀମାରେ ଆବୋଧ ଅଟେ । ଚାରିଆଡେ ସବୁଜିମା ଓ ବିହଙ୍ଗର କିଚିରିମିଚିରି ଶବଦ ଶୁଣିଲେ ଲାଗେ କେହି ଜଣେ ସୁରେଲା ଗୀତ ଗାଈ ମନମୁଗ୍ଧ କରିଦିଏ । ସର୍ବାଙ୍ଗ ପରିସର ଜଙ୍ଗଲମୟ ହେଇଥିବାରୁ ଅମ୍ଳଜାନ ଓ ଔଷଧର ଅଭାବ ନଥାଏ । ଉତ୍ତରା ପବନ ଯେତେବେଳେ ବୋହି ଆସେ ସେତେବେଳର ଅନୁଭୂତି କାଗଜ କଲମ ଦ୍ଵାରା ପ୍ରକାଶ କରିହେବ ନାହିଁ । ମୁଁ ତ କହିବି ଦୁନିଆରେ ଆଉ ଡାକ୍ତରଖାନାକୁ ନ ଯାଇ ଆମର ଏଇ ଜଙ୍ଗଲିଆ ଅଞ୍ଚଳକୁ ଚାଲି ଆସନ୍ତୁ ଦେଖିବେ ରୋଗ ବୈରାଗ ସବୁ ଆପେ ଛାଡିଯିବ । 

ଏହି ଅଞ୍ଚଳରେ ଗୋଟିଏ ଜିନିଷ ଦେଖିବାକୁ ମିଳିବ ଯାହାକୁ ଆଦିବାସୀ ମାନେ “ଡଙ୍ଗର” କୁହନ୍ତି । ଏବଂ ଡଙ୍ଗରରେ ଚାଷ କରିବା ଖୁବ ନିଆରା ଏମାନଙ୍କ ପାଇଁ । ସାଧାରଣତଃ ଏହି ଅଞ୍ଚଳରେ ଅତ୍ୟଧିକ ପାହାଡ ଘେରି ରହିଥିବାରୁ ଚାଷ ଜମି ବହୁତ କମ ଅଛି । ତେଣୁ ପାହାଡକୁ ସରଳ ନିରୀହ ଆଦିବାସୀ ମାନେ ସବୁ କିଛି ମନେ କରି ଜଙ୍ଗଲ କାଟି ସଫା କରି ଡଙ୍ଗର ତିଆରି କରନ୍ତି ଓ ଚାଷ କରନ୍ତି । ଯାହାକୁ ଡଙ୍ଗର ଚାଷ କହୁଥିବା ନଜରକୁ ଆସନ୍ତି । ଡଙ୍ଗରରେ କେତେ ବା ଅମଳ ହେଇପାରିବ ପ୍ରଥମ କାରଣ ଘୋର ଜଳାଭାବ ଦେଖାଦିଏ ସେଥିପାଇଁ ସେମାନେ ଖାସ କରି ବର୍ଷା ଜଳକୁ ଧ୍ୟାନ ଦେଇ ଡଙ୍ଗର ଉପରେ ଚାଷ କରନ୍ତି । ଆଉ ବର୍ତମାନ ସମୟରେ ବିଭିନ୍ନ ଉପାୟମାନ ଚାଷ ଜମିରେ ପ୍ରୟୋଗ କରି ପ୍ରଚୁର ଲାଭାର୍ଥ ହେଇ ପାରିଛନ୍ତି । 

ଆଦିବାସୀ ମାନଙ୍କ ଗୋଟିଏ ସ୍ଵତନ୍ତ୍ରତା ହଉଛି, ଏମାନେ ଭାରି ସରଳ ଓ ନିରୀହ । ଭଲମନ୍ଦ ବିଚାର ଠିକରେ କରି କରନ୍ତିନି । ଯେତେବେଳେ ଯିଏ ଯାହା କହେ ସବୁକୁ ମାନି ନିଅନ୍ତି । ଜଦ୍ଧ୍ବାରା ବଡ ବାବୁ ମନେ ଏହାର ଫାଇଦା ଉଠେଇ ସେମାନଙ୍କୁ ଠକି ଆସନ୍ତି । ସେଇ ଚାଷୀ ଯେ ଆଜିର ଭବିଷ୍ୟତ ଓ ଆଗାମୀ ପିଢୀ ପାଇଁ ଅନୁପ୍ରେରକ ତାହା କିଏ ବା ବୁଝିବ ଏଠି । ଏମାନଙ୍କର ଉତ୍ତମ ଜ୍ଞାନ ନଥିବା ହେତୁ ପାରମ୍ପରିକ କୃଷି କୁ ଏତେ ଆପଣେଇ ପାରନ୍ତିନି କିନ୍ତୁ ଅନେକାଂଶ ରେ ଏହାର ଓଲଟା ଦେଖାଯାଏ । ଆଜିକା ସମୟରେ ଜାଣିଲେଣି ଯେ ରାସାୟନିକ ମାଟି ଓ ଚାଷ ପାଇଁ କେତେ କ୍ଷତିକାରକ ଏବଂ ଜୈବିକ ର ପ୍ରକାର ଭେଦ ସେମାନେ ବୁଝିଲେଣି । ରାସାୟନିକ ମାଟିକୁ ନଷ୍ଟ ଓ ଏହାର ପୋଶଣତତ୍ବକୁ କମାଏ ବୋଲି ମଧ୍ୟ ଅବଗତ ହେଲେଣି । 

ମୁ ଯେତେବେଳେ ମାଟିର ମହତ୍ଵ ବୁଝାଉଥିଲି ସେତେବେଳେ ଏକ ଆଦିବାସୀ ମା ର କଥା ଶୁଣି ଆଚମ୍ବି ଯାଇଥିଲି ଏବଂ ମନେ ମନେ ଭାବିଥିଲି ସତରେ ଏମାନେ ମାଟିର ସୁରକ୍ଷା ପାଇଁ କେତେ ତତ୍ପର । ସେ କହିଥିଲା,

କାଏ କରବୁ ଆଜ୍ଞା ମାଟି ନାହିଁ ତ ଭାତ ନାହିଁ, ମାଟିକୁ ନିକ କରି ରଖବାଟା ଆମର କାମ, ମାଟି ଅଛି ବୋଲିକା ଆମେ ଧାନ ମଣ୍ଡିଆ ମାନେ ଲଗାଉଛୁ, ମାଟି ନସଲେ ଆମେ କାଏଟା କରବୁ” ।    

ସେହି ମାର ବୟସ ପ୍ରାୟ 60 ରୁ ଉର୍ଦ୍ଧ ହେବ ହେଲେ ତାର ଏମିତି ମାଟି ପ୍ରତି ଦୃବଳତା ଦେଖି ନିଜକୁ ଲଜ୍ଜିତ ମନେ କରିଥିଲି ଆମର ଏଇ ସମାଜ ଉପରେ । ଯେତେବେଳେ ସେ ମାଟି ମା ର ମହତ୍ଵ ବୁଝି ଏସବୁ ମତେ କହୁଥାଏ ତା ଆଖି ଲୁହରେ ଛଳଛଳ ହେଇଯାଇଥିଲା । ସେ ଏକ ପଛୁଆ ଅଞ୍ଚଳର ଅପାଠୁଆ ଆଦିବାସୀ ହେଇ ମଧ୍ୟ ମାଟିର ମହତ୍ଵ ବୁଝିଛି, ହେଲେ ଆମେ ଶିକ୍ଷିତ ହେଇ କେତେ ମାଟିକୁ ବୁଝିଛୁ କେତେ ଯତ୍ନ ନଉଛୁ । ଥରେ ନିଜକୁ ପଚାରି ଦେଖନ୍ତୁ ?

Discussion about FPO with Farmers

ନୂଆଖାଇ

ପ୍ରଭାତ କୁମାର ବୈଦ୍ୟ 

ଦୂରଭାଷ: ୯୦୭୮୧୭୫୧୪୮

କାଶୀପୁର, ରାୟଗଡା 



Copyright @ [AgriTech & 2022]. Any illegal repost of this content/articles will result in immediate legal action.



Post a Comment

3 Comments

If You have any Queries, Please Let me Know

close