ନୂଆଖାଇ
ଏଲମ ବାଗ |
ନୂଆଖାଇ
ପଶ୍ଚିମ ଓଡିଶାର ଏକ ଗଣପର୍ବ, ଏହି ପର୍ବ ମୁଖ୍ୟତଃ କୃଷିକାର୍ଯ୍ୟ ସହିତ ନିବିଡ ଭାବେ ଜଡିତ। ଚାଷୀ ବର୍ଷର
ପ୍ରଥମ ଫସଲ ଅମଳ କରି ପ୍ରଥମେ ଦେବା ଦେବୀଙ୍କ ପାଖରେ ଅର୍ପଣ କରିଥାଏ ଏହାପରେ ନିଜେ ଆନନ୍ଦର
ସହିତ ସମସ୍ତ ବନ୍ଧୁ ବାନ୍ଧବ ତଥା ପୋଡୋଶୀ ସହିତ ମିଶି ବର୍ଷର ନବାନ୍ନ ବା ନୂତନ ଅର୍ନ ଭୋଜନ
କରିଥାଏ ।
ନୂଆଁ ଅର୍ନ ଭୋଜନ ପରେ କୃଶକ ସମସ୍ତ ଦୁଖଃ, ଝଗଡା ଓ ଶତ୍ରୁତାକୁ ଭୁଲିଯାଇ ବନ୍ଧୁ ପରିଜନ ସହିତ “ନୂଆଖାଇ
ଭେଟ” ସାକ୍ଷାତ କରି “ଜୁହାର”
ନମସ୍କାର ଜଣାଇଥାଏ । ଏହି ପର୍ବ ପଶ୍ଚିମ ଓଡିଶାରେ ହିନ୍ଦୁ, ଖ୍ରୀଷ୍ଟିୟାନ, ମୁସଲିମ ସମସ୍ତ ଧର୍ମର ଲୋକ ପାଳନ
କରିଥାନ୍ତି । ପ୍ରତେକ ଗାଁରେ ଗାଁ ଦେବୀ “ଧର୍ନୀ”
ପୁଜା କରିଥାନ୍ତି, ଏହି ପୂଜା ଗାଁରେ ଜଣେ “ଝାକର”
ପୂଜାରୀ ବା ଧର୍ମ ଜାଜକଥାନ୍ତି ସେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ଏହି
ପର୍ବ ପ୍ରତେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀତିଥିରେ ପ୍ରତେକ ଗାଁରେ ପାଳନ କରାଯାଇଥାଏ
ଓ ଯେଉଁ ସହରସ୍ଥାନରେ ରାଜାମାନେ ରହୁଥିଲେ ସେଇଠି
ଦଶମୀ ତିଥିରେ ପାଳନ କରାଯାଏ ।
ଚାଷୀଭାଇମାନେ ଚାଷ କାର୍ଯ୍ୟ କରିବା ପାଇଁ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି, ଜୁନ ମାସରେ ଯେତେବେଳେ ମୌସୁମୀ ବର୍ଷାପଡେ ଚାଷୀ ଭାଇମାନେ ଚାଷକାର୍ଯ୍ୟ ଆରମ୍ବ
କରିଥାନ୍ତି ଓ କିଛି ଦେଶୀ ବିହନ ଯାହା ୬୦ ରୁ ୭୦ ଦିନରେ ଅମଳହୁଏ ତାକୁ ବୁଣିଦେଇଥାନ୍ତି ଯାହା
ଠିକ୍ ନୂଆଖାଇ ବେଳେ ଅମଳକରି ଦେବା ଦେବୀଙ୍କୁ ଅର୍ପଣକରି ଏହି ପର୍ବ ପାଳନ କରିଥାନ୍ତି କିନ୍ତୁ
ଜଳ ବାୟୁର ପରିବର୍ତନ ହେତୁ ତାହା ଠିକ ସମୟରେ ଚାଷୀ ଭାଇମାନେ କରିପାରୁନାହାନ୍ତି ଓ ଚାଷ
କାର୍ଯ୍ୟରେ ବିଳମ୍ବ ହେଉଅଛି । ଆନେକ ଚାଷୀ ଏହି ଛୋଟ କିସମର ଧାନ କମ ଅମଳ ହେଉଥିବାରୁ ଏବଂ ଚାଷୀ
ଭାଇମାନେ ନୂତନ ପ୍ରଣାଳୀରେ ହାଇବ୍ରିଡ଼ ଧାନ ଚାଷ
କରିବାକୁ ଆଗ୍ରହ କରୁଥିବାରୁ ଦେଶୀ ଓ ଛୋଟ ଧାନ ଯାହା କାମ ଦିନରେ ଅମଳ ହୁଏ ତାହା କମିଗଲାଣି ଏଣୁ
ଏହି ନୂଆଖାଇ ତିଥି ସମୟରେ ନୂଆ ଚୂଡା ମିଳିବା କଷ୍ଟ ହେଉଛି ।
ଏଠି ଏକ ପ୍ରଶ୍ନ ଉଠେ ଯେ
ଚାଷୀ ନିଜେ ଚାଷ କରିଥିବା ଧାନ ଅମଳ ନକରି ବା ନିଜ ବିଲରେ ଥିବା ଫସଲର ପ୍ରଥମ ଫଳ ଦେବା ଦେବୀଙ୍କ
ପାଖରେ ଅର୍ପଣ ନକରି ନୂଆଖାଇଁ ପାଳନ କରିବା କେତେକାଂଶ ଠିକ୍ ?
କ’ଣ ଯେପରି ଜଳବାୟୁର
ପରିବର୍ତନ ହେଉଛି ସେପରି ନୂଆଖାଇ ପର୍ବକୁ ଆଉ ଟିକେ ପଛକୁ ନେଇଯିବା ଦରକାର କି?
ଆମର
ସମାଜର ସାସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ହେଲେ, ଏହି
ନୂଆଖାଇ ପର୍ବକୁ ଆଖିରେ ରଖି ଚାଷୀ ଭାଇମାନେ
କିଛି ମାତ୍ରାରେ ସେହି ଦେଶୀ (ସରିଆଁ) ଧାନକୁ ସମ୍ପୂର୍ଣ ତ୍ୟାଗ ନକରି ମୌସୁମୀ ବର୍ଷାର
ଆଗମନବେଳେ କିଛି ପଡିଆ ଆଟ ଜମିରେ ଚାଷକଲେ ଠିକ ହୁଅନ୍ତା ।
Thanks for reading ❤️
0 Comments
If You have any Queries, Please Let me Know