You may like

6/recent/ticker-posts

ଛତୁ ଚାଷ

 

ଛତୁ ଚାଷ      

ଛତୁ ଏକ ଫିମ୍ପି ଜାତୀୟ ଉଦ୍ଭିଦ । ଏହାର କାୟିକ କୋଷ ଗୁଡିକ ମାଟି ଭିତରେ ସୁପ୍ତ ଅବସ୍ତା ରେ ଥାଏ । ଗୋଟିଏ କେନ୍ଦ୍ରବିନ୍ଦୁ ବିଭିନ୍ନ ଦିଗରେ ଗୋଲାକାର କଲୋନୀ କରି ବିକ୍ଷିପ୍ତ ପରିସୀମା ମଧ୍ୟ ରେ ଏହା ରହିଥାଏ । ଛତୁ ଏକ ସୁସ୍ଵାଦୁ ଖାଦ୍ଯ ରୂପେ ବହୁ ପ୍ରାଚୀନ କାଳରୁ ନିୟମିତ ବ୍ୟବହାର ହୋଇ ଆସୁଅଛି । ଗ୍ରୀକ ସଭ୍ୟତା ଲୋକମାନେ ଏହାକୁ ଇଶ୍ଵର ଙ୍କ ଖାଦ୍ଯ ରୂପେ ବିବେଚନା କରୁଥିଲେ । ଛତୁ ର ବିଭିନ୍ନ କିସମ ମଧ୍ୟ ରୁ  ପ୍ରାୟ ତିନି ପ୍ରକାର ଛତୁ କୁ ଭାରତରେ ବ୍ଯବସାୟିକ ଭିତିରେ ଚାଷ କରାଯାଇପାରୁଛି । ସେଗୁଡିକ ହେଲା ପାଳଛତୁ ,ଧିଙ୍ଗିରି ଛତୁ ଓ ଧଳା ବୋତାମ ଛତୁ । ତେବେ ଏଥିରେ ପାଳ ଓ ଧିଙ୍ଗିରି  ଛତୁ ଓଡିଶା ରେ ଲାଭଜନକ ବ୍ୟବସାୟ ରୂପେ ଚାଷ କରାଯାଇଆସୁଅଛି । ଏଠାରେ ପାଳ ଛତୁ କିପରି ଏକ ବ୍ୟବସାୟ ରୂପଦେ ଚାଷ କରାଯାଇପାରିବ -ସେ ବିଷୟରେ ଆଲୋଚନା କରାଯାଇଛି ।

ଖାଦ୍ୟ ଗୁଣ :

ଛତୁ ର ଖାଦ୍ୟଗୁଣ ଯଦିଓ ମାଂସ ଠାରୁ କମ ତଥାପି ପନିପରିବା ଠାରୁ ଅଧିକ । ଏଥିରେ ଶତକଡା ୩.୦୭୫ ଭାଗ ପୁଷ୍ଟିସାର ,ଶତକଡା ୩.୮୨ ଭାଗ ଶ୍ଵେତସାର ,ଶତକଡା ୦.୧୮ ଭାଗ ଚର୍ବି ବ ସ୍ନେହସାର ଏବଂ ଶତକଡା ୧.୨ ଭାଗ ଅନୁସାର ମଧ୍ୟରେ କ୍ୟାଲସିୟମ,ମଗ୍ନେସିଆମ ,ପୋଟାସିୟମ ,ସୋଡିଅମ ,ଫସଫରସ ,ସଲଫର ମିଳିଥାଏ। ପାଳଛତୁ ସୁସ୍ଵାଦୁ ହୋଇଥିବାରୁ ଅନ୍ୟାନ୍ୟ ଛତୁ ଅପେକ୍ଷା ଏହାର ଚାହିଦା ଅଧିକ ।

ଛତୁଚାଷ ର ସମୟ ଓ ପରିପାର୍ଶ୍ଵିକ ଅବସ୍ଥା: 

ଛତୁ ଚାଷ

ପାଳଛତୁ ମାର୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ ।  ଏହି ଚାଷ ପାଇଁ ୩୦  ଡିଗ୍ରୀ ରୁ ୩୮ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଓ ଶତକଡା ୭୦ ଭାଗ ଆର୍ଦ୍ରତା ଆବଶ୍ୟକ ହୋଇଥାଏ ।

ଚାଷ ଉପକରଣ

୧। ଆବଦ୍ଧ ସ୍ଥାନ ବ ଗୃହ   :

ଝରକା ଥିବା କୋଠରି ରେ ଛତୁଚାଷ କରାଯାଇପାରିବ । ଘରେ ଦୁଆର ଥିବା ଦରକାର ,ଯେପରି ବାୟୁ ଚଳାଚଳ କରିପାରୁଥିବା। ଗୃହ ଅନ୍ଧାରୁଆ କିମ୍ବା ଅଳ୍ପ ଆଲୋକ ପଡୁଥିବ।

୨। ଧାନ ନଡା :

ଦୋକତା ପରିଷ୍କାର ଧାନ ନଡା ଦରକାର । ପ୍ରତେକ ଛତୁ ପଟାଳି ପାଇଁ ୨.୫ ଫୁଟ ଲମ୍ବର ୩୦ ବିଡା ନଡା ବା ୧୫ କିଲୋ ନଡା ଦରକାର ।

୩। ସ୍ପନ (ଛତୁ ବିହନ ):

ଗୋଟିଏ ଛତୁଭାଡି ପାଇଁ ୧ଟା ସ୍ପନ ବୋତଲ ଅବଶ୍ୟକ ହୁଏ  ।

୪। ହରଡ/ବୁଟ  ଗୁଣ୍ଡ ବା ବେସନ :

ଚୋପାଥିବା ହରଡ ବ ବୁଟ ବା ଗୁଣ୍ଡ ବା ବେସନ ୨୫୦ ଗ୍ରାମ ଦରକାର।

୫। କାଠ /ବାଉଁଶ ଭାଡି :

ଏକ ନିର୍ଦ୍ଧିଷ୍ଟ ସାଇଜ ର କାଠ /ବାଉଁଶ ଫ୍ରେମ ତିଆରି କରି ତାହାକୁ ଇଟା ବା ପଥର ଉପରେ ୧ଫୁଟ ଉଚ୍ଚରେ ରଖାଯାଏ ।

ଚାଷ ପ୍ରଣାଳୀ                                            


ପ୍ରଥମେ ଧଳା ଦୋକଟା ଶୁଖିଲା ନଡା କୁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ପରିଷ୍କାର ପାଣିରେ ବତୁରାଇ ଗଡାଣିଆ ସ୍ଥାନ ରେ ରଖନ୍ତୁ ଯେପରି ନଡରୁ ପାଣି ନିଗିଡିଯିବା । ଏହା ପରେ ଗରମ ପାଣି ରେ ନଡାଗୁଡିକୁ ୨୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ବୁଡାଇ ପୁଣିଥରେ ପାଣି ନିଗାଡି ଦିଅନ୍ତୁ । ଆଲୋକ ପବନ ଯାତାୟାତ କରୁଥିବା ଘରେ , ଗଛ ତଳେ , ତିନିଫୁଟ ଲମ୍ବ ଓ ତିନିଫୁଟ ଓସାରର କାଠ / ବାଉଁଶ ଦ୍ଵାରା ଭୂମିଠାରୁ ପ୍ରାୟ ୧ ଫୁଟ ଉଚ୍ଚରେ ଭାଡି ପ୍ରସ୍ତୁତ କରି ତା ଉପରେ ଓଦା ହୋଇଥିବା ନଡାକୁ ପୂର୍ବ -ପଶ୍ଚିମ କରି ୬ଇଞ୍ଚ ଉଚ୍ଚତାରେ ବିଛନ୍ତୁ ।ଯେପରି ନଡାର ମୂଳଅଂଶ ସର୍ବଦା ବହରପଟୁ ରହିବ ଏବଂ ନଡା ଭାଡିକୁ ସାମାନ୍ୟ ଭାବରେ ଚାପିଦେଇ ସମତଳ କରନ୍ତୁ । ସ୍ପନ ବୋତଲକୁ ଭାଙ୍ଗି ମଞ୍ଜି କୁ ସମାନ ଚାରି ଭାଗରେ ଭାଗ କରି ଛତୁମଞ୍ଜିରୁ ୧ଭାଗ ଏବଂ ବେସନରୁ ୧ଭାଗ ନେଇ ନଡାର କଡ ଠାରୁ ୩ଇଞ୍ଚ ଛାଡି ଭାଡିର ଚାରିପଟେ ପକାନ୍ତୁ । ଏହା ପରେ ପୁଣି ଓଦା ନଡା ଖୋଲି ଭାଡି ଉପରେ ଉତ୍ତର ଦକ୍ଷିଣ କରି ୬ ଇଞ୍ଚ ମୋଟେଇର ବିଛାଇ ଆଉ ଏକ ଭାଗ ମଞ୍ଜି ଓ ବେସନ ରୁ ପୂର୍ବସ୍ତର ଭଳି ଚାରିକଡରେ ପକାନ୍ତୁ। ପୁଣିଥରେ ଓଦା ନଡା କୁ ପୂର୍ବ-ପଶ୍ଚିମ କରି ପକାଇ ସାମାନ୍ୟ ଛାପି ହାତରେ ଅବଶିଷ୍ଟ ଥିବା ଦୁଇଭାଗ ବେସନ ଏବଂ ଦୁଇଭାଗ ଛତୁମଞ୍ଜିକୁ ଚାରିକଡ ଓ ମଝିରେ ବିଛାଇ ଅବଶିଷ୍ଟ ଥିବା ଓଦା ନଡା କୁ ଅତି ପତଳାରେ ବା ଉତ୍ତର-ଦକ୍ଷିଣ କରି ପୂର୍ବ ସ୍ତରର ବିପରୀତ ଦିଗରେ ବିଛାଇ ହାତରେ ଚାପି ସମତଳ କରିନିଅନ୍ତୁ । ଛତୁ ବେଡ ତିଆରି ସାରିବା ପରେ ପଲିଥିନ ସାହାଯ୍ୟରେ ବେଡ କୁ ସମ୍ପୂର୍ଣ ଭାବେ ୬ ଦିନ ଘୋଡାଇ ରଖନ୍ତୁ । ୬ଦିନ ପରେ ପଲିଥିନ ବାହାର କରିଦିଅନ୍ତୁ । ଏବଂ ଏବେ ବି ନଡା ଗୁଡିକ ଓଦା ଥିବ।

ଛତୁ ଅମଳ ପ୍ରଣାଳୀ

ଛତୁ ବିହନ ବୁଣିବାର ୧୦/୧୨ ଦିନ ପରେ ଛତୁ ଫୁଟିବାକୁ ଆରମ୍ଭ କରେ । ପ୍ରଥମ ଥର ୨/୩ ଦିନ ଯାଏଁ ଛତୁ ଫୁଟି ବନ୍ଦ ହେଇଯାଏ ଏବଂ ପ୍ରାୟ ୧ ସପ୍ତାହ ପରେ ପୁଣି ଛତୁ ଫୁଟେ । ଏହିପରି ଗୋଟିଏ ବେଡ ରୁ ୨/୩ ଥର ଛତୁ ଅମଳ ହୋଇଥାଏ

କଢ ଅବସ୍ଥାରେ ଛତୁ ତୋଳିବା ଭଲ କାରଣ ଏହା ଅନେକ ସମୟ ଧରି ସତେଜ ରହେ । ଗୋଟିଏ ବେଡ ରୁ ୧.୫ ରୁ ୨ କିଗ୍ରା ପର୍ଯ୍ୟନ୍ତ ଛତୁ ଅମଳ ହୁଏ । ବ୍ୟବସାୟ ଭିତ୍ତିରେ ଜଣେ ଯଦି ପ୍ରତିଦିନ ୬ଟି କରି ବେଡ ପକାଇଲେ ଦିନକୁ ୩୯୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବା । ଏପରି ମାସକୁ ୧୧,୭୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ । ଏଣୁ ଏହି ଚାଷ ପ୍ରତି ପ୍ରତେକ ଚାଷିଭାଇ ସ୍ଵତନ୍ତ୍ର ଦୃଷ୍ଟି ଦେବାର ଅବଶ୍ୟକତା ରହିଛି।     

 ଆସନ୍ତୁ କରିବା ତରଭୁଜ ଚାଷ 

Pravat Kumar Baidya

Pravat Kumar Baidya

Post a Comment

1 Comments

If You have any Queries, Please Let me Know

close