You may like

6/recent/ticker-posts

ଛତୁ ଚାଷ

 

ଛତୁ ଚାଷ      

ଛତୁ ଏକ ଫିମ୍ପି ଜାତୀୟ ଉଦ୍ଭିଦ ଏହାର କାୟିକ କୋଷ ଗୁଡିକ ମାଟି ଭିତରେ ସୁପ୍ତ ଅବସ୍ତା ରେ ଥାଏ ଗୋଟିଏ କେନ୍ଦ୍ରବିନ୍ଦୁ ବିଭିନ୍ନ ଦିଗରେ ଗୋଲାକାର କଲୋନୀ କରି ବିକ୍ଷିପ୍ତ ପରିସୀମା ମଧ୍ୟ ରେ ଏହା ରହିଥାଏ ଛତୁ ଏକ ସୁସ୍ଵାଦୁ ଖାଦ୍ଯ ରୂପେ ବହୁ ପ୍ରାଚୀନ କାଳରୁ ନିୟମିତ ବ୍ୟବହାର ହୋଇ ଆସୁଅଛି ଗ୍ରୀକ ସଭ୍ୟତା ଲୋକମାନେ ଏହାକୁ ଇଶ୍ଵର ଙ୍କ ଖାଦ୍ଯ ରୂପେ ବିବେଚନା କରୁଥିଲେ ଛତୁ ର ବିଭିନ୍ନ କିସମ ମଧ୍ୟ ରୁ  ପ୍ରାୟ ତିନି ପ୍ରକାର ଛତୁ କୁ ଭାରତରେ ବ୍ଯବସାୟିକ ଭିତିରେ ଚାଷ କରାଯାଇପାରୁଛି ସେଗୁଡିକ ହେଲା ପାଳଛତୁ ,ଧିଙ୍ଗିରି ଛତୁ ଓ ଧଳା ବୋତାମ ଛତୁ ତେବେ ଏଥିରେ ପାଳ ଓ ଧିଙ୍ଗିରି  ଛତୁ ଓଡିଶା ରେ ଲାଭଜନକ ବ୍ୟବସାୟ ରୂପେ ଚାଷ କରାଯାଇଆସୁଅଛି ଏଠାରେ ପାଳ ଛତୁ କିପରି ଏକ ବ୍ୟବସାୟ ରୂପଦେ ଚାଷ କରାଯାଇପାରିବ -ସେ ବିଷୟରେ ଆଲୋଚନା କରାଯାଇଛି

ଖାଦ୍ୟ ଗୁଣ :

ଛତୁ ର ଖାଦ୍ୟଗୁଣ ଯଦିଓ ମାଂସ ଠାରୁ କମ ତଥାପି ପନିପରିବା ଠାରୁ ଅଧିକ ଏଥିରେ ଶତକଡା ୩.୦୭୫ ଭାଗ ପୁଷ୍ଟିସାର ,ଶତକଡା ୩.୮୨ ଭାଗ ଶ୍ଵେତସାର ,ଶତକଡା ୦.୧୮ ଭାଗ ଚର୍ବି ବ ସ୍ନେହସାର ଏବଂ ଶତକଡା ୧.୨ ଭାଗ ଅନୁସାର ମଧ୍ୟରେ କ୍ୟାଲସିୟମ,ମଗ୍ନେସିଆମ ,ପୋଟାସିୟମ ,ସୋଡିଅମ ,ଫସଫରସ ,ସଲଫର ମିଳିଥାଏପାଳଛତୁ ସୁସ୍ଵାଦୁ ହୋଇଥିବାରୁ ଅନ୍ୟାନ୍ୟ ଛତୁ ଅପେକ୍ଷା ଏହାର ଚାହିଦା ଅଧିକ

ଛତୁଚାଷ ର ସମୟ ଓ ପରିପାର୍ଶ୍ଵିକ ଅବସ୍ଥା: 

ଛତୁ ଚାଷ

ପାଳଛତୁ ମାର୍ଚ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଷ କରାଯାଇଥାଏ  ଏହି ଚାଷ ପାଇଁ ୩୦  ଡିଗ୍ରୀ ରୁ ୩୮ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ଓ ଶତକଡା ୭୦ ଭାଗ ଆର୍ଦ୍ରତା ଆବଶ୍ୟକ ହୋଇଥାଏ

ଚାଷ ଉପକରଣ

୧। ଆବଦ୍ଧ ସ୍ଥାନ ବ ଗୃହ   :

ଝରକା ଥିବା କୋଠରି ରେ ଛତୁଚାଷ କରାଯାଇପାରିବ ଘରେ ଦୁଆର ଥିବା ଦରକାର ,ଯେପରି ବାୟୁ ଚଳାଚଳ କରିପାରୁଥିବାଗୃହ ଅନ୍ଧାରୁଆ କିମ୍ବା ଅଳ୍ପ ଆଲୋକ ପଡୁଥିବ

୨। ଧାନ ନଡା :

ଦୋକତା ପରିଷ୍କାର ଧାନ ନଡା ଦରକାର ପ୍ରତେକ ଛତୁ ପଟାଳି ପାଇଁ ୨.୫ ଫୁଟ ଲମ୍ବର ୩୦ ବିଡା ନଡା ବା ୧୫ କିଲୋ ନଡା ଦରକାର

୩। ସ୍ପନ (ଛତୁ ବିହନ ):

ଗୋଟିଏ ଛତୁଭାଡି ପାଇଁ ୧ଟା ସ୍ପନ ବୋତଲ ଅବଶ୍ୟକ ହୁଏ 

୪। ହରଡ/ବୁଟ  ଗୁଣ୍ଡ ବା ବେସନ :

ଚୋପାଥିବା ହରଡ ବ ବୁଟ ବା ଗୁଣ୍ଡ ବା ବେସନ ୨୫୦ ଗ୍ରାମ ଦରକାର

୫। କାଠ /ବାଉଁଶ ଭାଡି :

ଏକ ନିର୍ଦ୍ଧିଷ୍ଟ ସାଇଜ ର କାଠ /ବାଉଁଶ ଫ୍ରେମ ତିଆରି କରି ତାହାକୁ ଇଟା ବା ପଥର ଉପରେ ୧ଫୁଟ ଉଚ୍ଚରେ ରଖାଯାଏ

ଚାଷ ପ୍ରଣାଳୀ                                            


ପ୍ରଥମେ ଧଳା ଦୋକଟା ଶୁଖିଲା ନଡା କୁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ପରିଷ୍କାର ପାଣିରେ ବତୁରାଇ ଗଡାଣିଆ ସ୍ଥାନ ରେ ରଖନ୍ତୁ ଯେପରି ନଡରୁ ପାଣି ନିଗିଡିଯିବା ଏହା ପରେ ଗରମ ପାଣି ରେ ନଡାଗୁଡିକୁ ୨୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ବୁଡାଇ ପୁଣିଥରେ ପାଣି ନିଗାଡି ଦିଅନ୍ତୁ ଆଲୋକ ପବନ ଯାତାୟାତ କରୁଥିବା ଘରେ , ଗଛ ତଳେ , ତିନିଫୁଟ ଲମ୍ବ ଓ ତିନିଫୁଟ ଓସାରର କାଠ / ବାଉଁଶ ଦ୍ଵାରା ଭୂମିଠାରୁ ପ୍ରାୟ ୧ ଫୁଟ ଉଚ୍ଚରେ ଭାଡି ପ୍ରସ୍ତୁତ କରି ତା ଉପରେ ଓଦା ହୋଇଥିବା ନଡାକୁ ପୂର୍ବ -ପଶ୍ଚିମ କରି ୬ଇଞ୍ଚ ଉଚ୍ଚତାରେ ବିଛନ୍ତୁ ଯେପରି ନଡାର ମୂଳଅଂଶ ସର୍ବଦା ବହରପଟୁ ରହିବ ଏବଂ ନଡା ଭାଡିକୁ ସାମାନ୍ୟ ଭାବରେ ଚାପିଦେଇ ସମତଳ କରନ୍ତୁ ସ୍ପନ ବୋତଲକୁ ଭାଙ୍ଗି ମଞ୍ଜି କୁ ସମାନ ଚାରି ଭାଗରେ ଭାଗ କରି ଛତୁମଞ୍ଜିରୁ ୧ଭାଗ ଏବଂ ବେସନରୁ ୧ଭାଗ ନେଇ ନଡାର କଡ ଠାରୁ ୩ଇଞ୍ଚ ଛାଡି ଭାଡିର ଚାରିପଟେ ପକାନ୍ତୁ ଏହା ପରେ ପୁଣି ଓଦା ନଡା ଖୋଲି ଭାଡି ଉପରେ ଉତ୍ତର ଦକ୍ଷିଣ କରି ୬ ଇଞ୍ଚ ମୋଟେଇର ବିଛାଇ ଆଉ ଏକ ଭାଗ ମଞ୍ଜି ଓ ବେସନ ରୁ ପୂର୍ବସ୍ତର ଭଳି ଚାରିକଡରେ ପକାନ୍ତୁପୁଣିଥରେ ଓଦା ନଡା କୁ ପୂର୍ବ-ପଶ୍ଚିମ କରି ପକାଇ ସାମାନ୍ୟ ଛାପି ହାତରେ ଅବଶିଷ୍ଟ ଥିବା ଦୁଇଭାଗ ବେସନ ଏବଂ ଦୁଇଭାଗ ଛତୁମଞ୍ଜିକୁ ଚାରିକଡ ଓ ମଝିରେ ବିଛାଇ ଅବଶିଷ୍ଟ ଥିବା ଓଦା ନଡା କୁ ଅତି ପତଳାରେ ବା ଉତ୍ତର-ଦକ୍ଷିଣ କରି ପୂର୍ବ ସ୍ତରର ବିପରୀତ ଦିଗରେ ବିଛାଇ ହାତରେ ଚାପି ସମତଳ କରିନିଅନ୍ତୁ ଛତୁ ବେଡ ତିଆରି ସାରିବା ପରେ ପଲିଥିନ ସାହାଯ୍ୟରେ ବେଡ କୁ ସମ୍ପୂର୍ଣ ଭାବେ ୬ ଦିନ ଘୋଡାଇ ରଖନ୍ତୁ ୬ଦିନ ପରେ ପଲିଥିନ ବାହାର କରିଦିଅନ୍ତୁ ଏବଂ ଏବେ ବି ନଡା ଗୁଡିକ ଓଦା ଥିବ

ଛତୁ ଅମଳ ପ୍ରଣାଳୀ

ଛତୁ ବିହନ ବୁଣିବାର ୧୦/୧୨ ଦିନ ପରେ ଛତୁ ଫୁଟିବାକୁ ଆରମ୍ଭ କରେ ପ୍ରଥମ ଥର ୨/୩ ଦିନ ଯାଏଁ ଛତୁ ଫୁଟି ବନ୍ଦ ହେଇଯାଏ ଏବଂ ପ୍ରାୟ ୧ ସପ୍ତାହ ପରେ ପୁଣି ଛତୁ ଫୁଟେ ଏହିପରି ଗୋଟିଏ ବେଡ ରୁ ୨/୩ ଥର ଛତୁ ଅମଳ ହୋଇଥାଏ

କଢ ଅବସ୍ଥାରେ ଛତୁ ତୋଳିବା ଭଲ କାରଣ ଏହା ଅନେକ ସମୟ ଧରି ସତେଜ ରହେ ଗୋଟିଏ ବେଡ ରୁ ୧.୫ ରୁ ୨ କିଗ୍ରା ପର୍ଯ୍ୟନ୍ତ ଛତୁ ଅମଳ ହୁଏ ବ୍ୟବସାୟ ଭିତ୍ତିରେ ଜଣେ ଯଦି ପ୍ରତିଦିନ ୬ଟି କରି ବେଡ ପକାଇଲେ ଦିନକୁ ୩୯୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବା ଏପରି ମାସକୁ ୧୧,୭୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ ଏଣୁ ଏହି ଚାଷ ପ୍ରତି ପ୍ରତେକ ଚାଷିଭାଇ ସ୍ଵତନ୍ତ୍ର ଦୃଷ୍ଟି ଦେବାର ଅବଶ୍ୟକତା ରହିଛି    

 ଆସନ୍ତୁ କରିବା ତରଭୁଜ ଚାଷ 

Pravat Kumar Baidya

Pravat Kumar Baidya

Post a Comment

1 Comments

If You have any Queries, Please Let me Know

close