You may like

6/recent/ticker-posts

ଯୁବ କୃଷି ବିଜ୍ଞାନୀ ମାନଙ୍କର କୃଷି ପ୍ରତି ଅବଦାନ

 

ଯୁବ କୃଷି ବିଜ୍ଞାନୀ ମାନଙ୍କର କୃଷି ପ୍ରତି ଅବଦାନ

ଯୁବ କୃଷି ବିଜ୍ଞାନୀ ମାନଙ୍କର କୃଷି ପ୍ରତି ଅବଦାନ .

ସାଧାରଣତଃ ଭାରତ ଏକ କୃଷି ପ୍ରଧାନ ଦେଶ । ଆମ ଦେଶରେ ଅର୍ଥନୀତି ବହୁମାତ୍ରାରେ କୃଷି ଉପରେ ନିର୍ଭର କରେ । ଆମ ଦେଶରୁ ଅମଳ ହେଉଥିବା କୃଷି ଜାତ ଦ୍ରବ୍ୟ ଦେଶ ବାହାରକୁ ମଧ୍ୟ ରପ୍ତାନି କରାଯାଉଅଛି , ତେଣୁ ଦିନକୁ ଦିନ ଚାହିଦା ବଢିବ ସହିତ ଅମଳ ମଧ୍ୟ ତାଳ ଦେଇ ଯାଉଅଛି । ସାମ୍ପ୍ରଦିକ ପରିସ୍ଥିତି ରେ ଏହି ବର୍ଦ୍ଧିତ ଚାହିଦା କୁ ଦୃଷ୍ଟିରେ ରଖି ଆମଦେଶର କୃଶକଗଣ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି । ପୂର୍ବେ ଲୋକେ ହଳ ଲଙ୍ଗଳ ଧରି ଚାଷ କରୁଥିବାର ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ସ୍ଥିତି ଭିନ୍ନ । ବିନା ଟ୍ରାକ୍ଟର  ଏବଂ ଅମଳ ଯନ୍ତ୍ରପାତିରେ କୃଷି କାର୍ଯ୍ୟ ଏକପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ଦେଶର ବଢୁଥିବା ଚାହିଦା ଏବଂ ରପ୍ତାନୀର ଅଭିବୃଦ୍ଧି ଏକରକମ ଯୁବପିଢିଙ୍କୁ ଏହି କୃଷି କାର୍ଯ୍ୟ ଭାରି ଅକୃଷ୍ଟ କରିଛି ଯାହା ନିଶ୍ଚିତ ଭାବରେ ଦେଶ ଏବଂ ବିଶ୍ଵ ପାଇଁ ହିତକର ।

।। ଯୁବପିଢି ଏବଂ କୃଷି ।।

  ଆମ ଦେଶରେ ଉତ୍ପାଦିତ ହେଉଥିବା କୃଷି ଜାତୀୟ ଦ୍ରବ୍ୟ  ମଧ୍ୟରୁ ଧାନ,ଗହମ,ଡାଲି ଇତ୍ୟାଦି ଅନ୍ୟତମ । ଏବେ କିନ୍ତୁ ସବୁପ୍ରକାରର ଚାଷ କରାଯାଉଅଛି , ଯେଉଁଥିରେ ଫଳ , ପନିପରିବା ଏବଂ ଫୁଲ ଚାଷ ଅନ୍ୟତମ । ପୂର୍ବେ ଆମ ଦେଶର ଲୋକମାନେ କୁଟୁମ୍ବ କୁଟୁମ୍ବ ଧରି ଚାଷ କରୁଥିଲେ କିନ୍ତୁ ଏବେ ଏଥିରେ ବ୍ୟତିକ୍ରମ ଦେଖା ଗଲାଣି । ଆମ ଦେଶର ଯୁବପିଢି ମଧ୍ୟ ଏବେ ଚାଷ କାର୍ଯ୍ୟରେ ମନ ବଳାଉଛନ୍ତି , ଯାହାର ଅନ୍ୟତମ ଉଦାହରଣ ଆମେ ନିତ୍ୟ ଖବର କାଗଜ ମାଧ୍ୟମରେ ଦେଖୁଅଛୁ । ମୁଖ୍ୟତଃ ତିନୋଟି କାରଣ ଯୋଗୁଁ ଯୁବପିଢି କୃଷିକାର୍ଯ୍ୟ ପାଇଁ ଆଗ୍ରହୀ ପ୍ରକାଶ କରୁଛନ୍ତି ।

ପ୍ରଥମତଃ , ଜାତିଜୀବିକା କିସମ ଯାହାକୁ କି ଆମେ ହାଇବ୍ରିଡ କହୁ । ଏହି ହାଇବ୍ରିଡ ପଦ୍ଧତିରେ କେବଳ ଯେ ଚେରରୁ ବୃକ୍ଷ ହୋଇପାରିବ ତାହା ନୁହେଁ ବରଂ ବୃକ୍ଷର  ଯେକୌଣସି ଅଂଶ ରୁ  ଏବେ ଏହା ସମ୍ଭବ ଏବଂ ଏଥିରେ ଅନ୍ୟ ବୃକ୍ଷର ମିଶ୍ରଣ ମଧ୍ୟ ସମ୍ଭବ । ଯେଉଁ ପ୍ରକାରର କିସମ କିମ୍ବା ଯେଭଳି ଅମଳ ଅଧିକ  ହୋଇପାରିବ ସେହିପରି ବୃକ୍ଷ ମଧ୍ୟ ଜନ୍ମିତ କରାଯାଇପାରୁଅଛି ।

ଦ୍ଵିତୀୟତଃ , ଏହି ଉଦ୍ଭାବନ ସବୁକୁ ଆଗେଇ ନେବାର ଦାୟିତ୍ଵ ନେଉଛନ୍ତି ଆମର ଯୁବକୃଷି ବିଜ୍ଞାନୀଗଣ ଏବଂ ସେମାନଙ୍କୁ ସହାୟତା ପ୍ରଦାନ କରୁଥିବା ମୁଖ୍ୟ ଅନୁଷ୍ଠାନ ହେଉଛି ଆମ ରାଜ୍ୟରେ ଅବସ୍ଥାପିତ ଥିବା ଓଡିଶା କୃଷି ଏବଂ ବୈଷୟିକ ଅନୁଷ୍ଠାନ (ଓଇଉଏଟି), ଜାତୀୟ ଧାନ ଗବେଷଣା କେନ୍ଦ୍ର (ଆଇସିଏଆର ) ଏବଂ ସେନ୍ତୁରିୟନ ବୈଷୟିକ ଓ ପରିଚାଳନା ଅନୁଷ୍ଠାନ (ସିଊଟିଏମ ) ଏବଂ ଅନ୍ୟାନ୍ୟ ଛୋଟବଡ ଅନୁଷ୍ଠାନ ।

ତୃତୀୟତଃ , ଆମ ଦେଶର ସରକାର ମଧ୍ୟ ଦେଶର ଚାହିଦାକୁ ଦେଖି ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି ଯାହା ଅନ୍ୟତମ ମୁଖ୍ୟ କାରଣ ଯୁବ ବିଜ୍ଞାନୀ ମାନଙ୍କୁ ଆକ୍ରୁଷ୍ଟ କରିବାର ।

।। ଯୁବ କୃଷି ବିଜ୍ଞାନୀ ଓ ସେମାନଙ୍କ ଅବଦାନ ।।

ମନୁଷ୍ୟ ଯେଉଁ କିସମ କିସମର ଖାଦ୍ୟ  ଗ୍ରହଣ କରୁଅଛି ତାହା ପଛରେ ରହିଛି ବୈଜ୍ଞାନିକଙ୍କ ଅବଦାନ । ପ୍ରଥମେ ପ୍ରଥମେ ଆମ ଦେଶର ପ୍ରଧାନ କୃଷିଜାତ ଦ୍ରବ୍ୟ  ଗୁଡିକୁ ଯେପରିକି ଧାନ, ଗହମ, ଇତ୍ୟାଦି କିଛି କିଛି କିସମ ଉପଲବ୍ଧ ହେଉଥିଲା କିନ୍ତୁ ଏବେ ସମୟ ସହିତ ତାହା ମଧ୍ୟ ବଦଳିଛି ଏବଂ ବର୍ତ୍ତମାନ କେବଳ ଧାନ ର ୫୦୦ କିସମ ବିହନ ଆମ ଦେଶରେ ଉପଲବ୍ଧ । ଯୁବବିଜ୍ଞାନୀ ଗଣଙ୍କ ପ୍ରଚେଷ୍ଟା ଯୋଗୁଁ ଏବେ ତାହା ସମ୍ଭବ ହୋଇପାରିଛି । ଆମ ରାଜ୍ୟରେ ଥିବା OUAT ଦେଶର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ କୃଷି ଓ ପ୍ରଯୁକ୍ତି ବିଦ୍ୟା ପାଇଁ , ଯେଉଁଠି ଲକ୍ଷ ଲକ୍ଷ ଯୁବବିଜ୍ଞାନୀଗଣ ଏବେ ମଧ୍ୟ ନୂତନ ଉଦ୍ଭାବନ ପାଇଁ କାର୍ଯ୍ୟରତ । ଏହି ଏକବିଂଶ ସତାବ୍ଧୀ ର ମୁଖ୍ୟ ଚାଷ ପ୍ରଣାଳୀ ଭାବେ ଉଦ୍ଭାବନ ହୋଇଛି “ଜୈବିକ ଚାଷ “ ବା Organic Farming , ଯାହା ମାଧ୍ୟମରେ ଖୁବ କମ ଦିନ ଅନ୍ତରାଳରେ ଅଧିକ ଅମଳ କରାଯାଇ ପାରୁଛି ଏବଂ ବୃକ୍ଷ ଗୁଡିକ ମଧ୍ୟ ଖୁବ ହୃଷ୍ଟପୃଷ୍ଟ ରହି ପାରୁଛନ୍ତି । ଏହି ଜୈବିକ ଚାଷରେ ମୁଖ୍ୟତଃ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ବିହନ ଏବଂ ଜୈବିକ ସାର ବ୍ୟବହାର କରାଯାଉଅଛି ।

              ଯୁବବିଜ୍ଞାନୀଙ୍କ ଧ୍ୟାନ କେବଳ ଚାଷ ଏବଂ ଉତ୍ପାଦନ ଉପରେ କେନ୍ଦ୍ରୀୟ  ହୋଇ ରହିନଥାନ୍ତି  । ନୂତନ ଧରଣର କୃଷି ଯନ୍ତ୍ରପାତି ଉଦ୍ଭାବନ ରେ ମଧ୍ୟ ରହିଥାନ୍ତି  । କୃଷି ଓ କୃଷକଙ୍କୁ ପ୍ରୋସ୍ଛାହନ ଦେବା ନିମନ୍ତେ ଉଦ୍ଭାବନ ହୋଇଛି ନୂତନ ଯନ୍ତ୍ରପାତି । ପ୍ରଥମେ କେବଳ ଟ୍ରାକ୍ଟର ଏବଂ ବିହନ ବୁଣା ଯନ୍ତ୍ର  ବ୍ୟବହାର ହେଉଥିଲା ବର୍ତ୍ତମାନ କିନ୍ତୁ ବିହନ ବୁଣା ଯନ୍ତ୍ର ଠୁ ଆରମ୍ଭ କରି ଅମଳ କରିବା ଯନ୍ତ୍ର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ରପାତି ଉପଲବ୍ଧ ହେଲାଣି । କେବଳ ଏତିକିରେ ଯୁବବିଜ୍ଞାନୀଙ୍କ ଅବଦାନ ସୀମିତ ରହିନାହିଂ , ଚାଷ ପାଇଁ ବ୍ୟବହୃତ ପ୍ରତ୍ୟେକ ଯନ୍ତ୍ର ଆଜି ଯୁବ ବିଜ୍ଞାନୀ ଗଣ ଖୁବ କମ ଖର୍ଚ୍ଚରେ ଚାଷୀଙ୍କ ପାଇଁ ପ୍ରସ୍ତୁତ କରିପାରୁଛନ୍ତି , କେବଳ ଯେ ସେମାନେ ଯନ୍ତ୍ରପାତି କେନ୍ଦ୍ରିକ ତାହା ନୁହେଁ ବରଂ ଆମ ଦେଶର କୃଷକର ଚାହିଦା ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାକୁ ମଧ୍ୟ ଧ୍ୟାନ ଦେଇ ସେମାନେ ଖୁବ କମ ଖର୍ଚ୍ଚରେ ଏହିସବୁ ଯନ୍ତ୍ରପାତିଗୁଡିକୁ ପ୍ରସ୍ତୁତ କରିପାରିଛନ୍ତି । ଯାହା ଆମ ଦେଶ ଏବଂ ବିଶ୍ଵ ପାଇଁ ନିଶ୍ଚିତ ଶୁଭଙ୍କର । ପ୍ରତିବର୍ଷ ପ୍ରାୟ ସବୁ ପନିପରିବା ଏବଂ ଶସ୍ୟର ଭିନ୍ନ ଭିନ୍ନ ରକମର କିସମ ଏବେ ବଜାରରେ ବିକ୍ରି ହେଉଅଛି ଏବଂ ଏହା କେବଳ ସମ୍ଭବ ଆମ ଯୁବକୃଷି ବିଜ୍ଞାନୀଙ୍କ ପାଇଁ । ସେମାନଙ୍କର ନିରନ୍ତର ପ୍ରଚେଷ୍ଟା କୃଷିପ୍ରତି ଯୁବପିଢିଙ୍କ ଆଗ୍ରହ ସୃଷ୍ଟି କରୁଅଛି ।

 ନିକଟ ଅତୀତରେ ଆମ ରାଜ୍ୟର ଢେଙ୍କାନାଳର ଜଣେ  ଯୁବକୃଷି ବିଜ୍ଞାନୀ ନିଜ ପ୍ରଚେଷ୍ଟା ରେ ପ୍ରସ୍ତୁତ କରିଛନ୍ତି ସୋଲାର ଧାନବୁଣା ଯନ୍ତ୍ର ଏବଂ ସୋଲାର ଛତା /ସୂର୍ଯ୍ୟ ଚାଳିତ ଛତା ,ଯାହା କେବଳ କୃଷି କାର୍ଯ୍ୟର କଷ୍ଟକୁ କମ କରିନାହିଁ ବରଂ କୃଷକ ଙ୍କୁ ବର୍ଷା ଭଳି ଋତୁରେ ମଧ୍ୟ କାର୍ଯ୍ୟ କରିବାରେ ସକ୍ଷମ କରାଇଛି । କୃଷି କାର୍ଯ୍ୟ ଆମ ରାଜ୍ୟରେ ଏତେ ଉନ୍ନତି ହେଲାଣି ଯେ , ପୂର୍ବରୁ କେବଳ ଆସାମ ,ସିକିମ ,ହିମାଚଳ ପ୍ରଦେଶ ପରି ଥଣ୍ଡା ସ୍ଥାନରେ ଉତ୍ପାଦିତ ହେଉଥିବା ସେଓ,ଅଙ୍ଗୁର, ନାଶପତି ଏବେ ଆମ ରାଜ୍ୟର ସମ୍ବଲପୁର ଭଳି ଜିଲ୍ଲାରେ ମିଳିପାରୁଛି । ଏହା ଯୁବ ବିଜ୍ଞାନୀ ମାନଙ୍କ ଆଧୁନିକ ପ୍ରଣାଳୀରେ ସମ୍ଭବ ହୋଇପାରୁଅଛି ।

ବଡ ଦୁଖଃର ସହ କହିବାକୁ ଗଲେ , ଭାରତର କୃଷିକୁ ପୁନର୍ଜୀବିତ କରିବା ହେଉଛି ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା। କିନ୍ତୁ ଏହି ପ୍ରାଥମିକ ଜୀବିକା କାର୍ଯ୍ୟକଳାପକୁ କିଏ ଆଗକୁ ବଢାଇବ? ଦେଶରେ ପରବର୍ତ୍ତୀ ପିଢିରେ  କୃଷକ ରହି ନଥିବେ | ଜନଗଣନା ୨୦୧୧ ଅନୁଯାୟୀ, ପ୍ରତିଦିନ ୨୦୦୦  କୃଷକ ଚାଷ ଛାଡିଥାନ୍ତି। କୃଷି ସମ୍ପ୍ରଦାୟର ଯୁବକମାନେ କୃଷି ପ୍ରତି ଆଗ୍ରହୀ ନୁହଁନ୍ତି |ଦୁଖଃର ବିଷୟ ଯେ  କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଅଧିକାଂଶ ଛାତ୍ର ମଧ୍ୟ ଅନ୍ୟ ବୃତ୍ତିରେ ପରିବର୍ତ୍ତନ କରୁଛନ୍ତି  । ବିଡମ୍ବନାର ବିଷୟ, କୃଷି ତଥାପି ନିର୍ଭରଶୀଳ ମନେହୁଏ: ଦେଶର ମୋଟ ଘରୋଇ ଉତ୍ପାଦରେ ଅବଦାନ ହ୍ରାସ ସତ୍ବେ  ୫୫ % ଶ୍ରମିକ କୃଷି କ୍ଷେତ୍ରରୁ ଆସିଛନ୍ତି।

 

।। ଶେଷ କଥା ।।

କୃଷି ପାଇଁ ଯୁବକୃଷି ବିଜ୍ଞାନୀ ମାନଙ୍କ ଚେଷ୍ଟା ଓ ଅବଦାନ ଅବର୍ଣ୍ଣନୀୟ । ଯେଉଁ କୃଷିକାର୍ଯ୍ୟ କରିବା ପାଇଁ ଯୁବ ପିଢି ଅମଙ୍ଗ ହେଉଥିଲେ ସେମାନେ ଆଜି କୃଷିକାର୍ଯ୍ୟରେ ମନ ବଳେଇଲେଣି ,ଯାହା ଆମ ଯୁବବିଜ୍ଞାନୀମାନଙ୍କର ପ୍ରେରଣାର ଉସ୍ଛ । ପରିଶେଷରେ ଆମ ଯୁବକୃଷି ବିଜ୍ଞାନୀଗଣ   ‘’ଚାଷକାମ ଯାହାର ,ବେଶୀ ସୁଖ ତାହାର ‘’ ଉକ୍ତିକୁ ନିଶ୍ଚିତ ଭାବରେ ସାଧିତ କରି ଦେଖାଇଛନ୍ତି କହିଲେ ଅତ୍ୟୁକି ହେବ ନାହିଁ ।    

 

 

 

 

 

ପ୍ରଭାତ କୁମାର ବୈଦ୍ୟ 


Post a Comment

0 Comments

close