You may like

6/recent/ticker-posts

KAMALA PUJARI- ଅଖ୍ୟାତ ପଲ୍ଲୀର ସୁବର୍ଣ୍ଣ

 ଅଖ୍ୟାତ ପଲ୍ଲୀର ସୁବର୍ଣ୍ଣ

କୃଷି ମଣିଷର ଉତ୍ତମ ବନ୍ଧୁକୃଷି ବିନା ମଣିଷର ଅସ୍ଥିତ୍ଵ କିଛି ନାହିଁ ଏବଂ ମଣିଷର ହାତ ନବାଜିଲେ କୃଷି ଜାତୀୟ ଦ୍ରବ୍ୟ ର ଚାହିଦା ନାହିଁ ଆମେତ ଅନେକ ପ୍ରକାରର ଶସ୍ୟ  ଦେଖିଛେ ଏବଂ ଅଳ୍ପ ବହୁତ ଜାଣିଛେ ହେଲେ ଆଜିର କୃଷି ସମାଜ ରେ ମୁଁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛି ତାହା ଆପଣ ମାନେ ଶୁଣିଲେ ସ୍ତବ୍ଧ ହେଇଯିବେ । "କଳାଜିରା ଧାନ", ଯାହା ଆଜିର ଦିନରେ ଗୋଟେ ଲୋକପ୍ରିୟର ମାନ୍ୟତା ପାଇଛି ଏବଂ ଏହାକୁ ଏକ ସ୍ଵତନ୍ତ୍ର ଶସ୍ୟ ରୂପେ ବିବେଚନା କରାଯାଇଅଛି ।

          ସେଦିନ ଥିଲା ୨୦୧୯ ମସିହା ମାର୍ଚ୍ଚ ମାସ ୧୬ ତାରିଖ । ମୁଁ ଟିଭି ସମାଚାର ଦେଖୁ ଦେଖୁ ହଠାତ ନଜର ପଡିଲା ବ୍ରେକିଙ୍ଗ ସମାଚାର ଉପରେ ଯାହା ମୋ ପାଇଁ ଥିଲା ଅତୁଳନୀୟ ,ଅବାଞ୍ଛିତ ଓ ଅବାସ୍ତବ ମୁ ଦେଖିଲି ଗୋଟେ ଆଦିବାସୀ ବୃଦ୍ଧା ଦେହରେ ଭଲ ଲୁଗା ନାହିଁ ମୁହଁ ରେ ଚମକ ନାହିଁ ଓ ବାହୁରେ ବଳ ନାହିଁ ସେ ଠିଆ ହେଇଛି ଆମ ଭାରତର ରାଷ୍ଟ୍ରପତି ମୋହଦୟ ଶ୍ରୀଯୁକ୍ତ ରାମନାଥ କୋବିନ୍ଦ  ଙ୍କ ପାଖରେ ଏବଂ ତାଙ୍କ ଠାରୁ ଗ୍ରହଣ କରୁଛି ଏକ ବିରାଟ ସମ୍ମାନ ଅବିଶ୍ଵସନୀୟ ହେଇଥିଲେ ମଧ୍ୟ କଥା ଟା ପୁରପୁରି ସତ

ସୁଦୂର କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମରୁ ଏ ବୃଦ୍ଧା ଏତେବାଟ ଆସିଲା କିପରି ,କିଏ ତାକୁ ଆଣିଲା ଏସବୁ ମନରେ ଉଙ୍କି ମାରୁଥାଏ କିଛି ସମୟ ଟିଭି ଦେଖିଲା ପରେ ଅସଲ କଥାଟା ଜାଣିବାକୁ ପାଇଲି

       ନା ଟି ତାର କମଳା ପୂଜାରୀ ବୟସ ପାଖାପାଖି ୭୦ ବର୍ଷ ,ଅଣ୍ଟା ନଇଁ ଗଲାଣି ,ଦେହରେ ଚର୍ମ ଧୁଡୁଧୁଡି ହେଇଗଲାଣି ହେଲେ ବି ତା ମନରେ ଥିବା ଉତ୍କଣ୍ଠା ଓ ସଂଘର୍ଷ ବଳରେ ଆଜି ଏତେଦୂର ପହଞ୍ଚି ପାରିଛି । ପଦ୍ମଶ୍ରୀ ଉପାଧି ପାଇ ସେ ନବ କୃଶକ ମାନଙ୍କ ସଫଳତାର ପ୍ରତୀକ ହେଇପାରିଛି ।

କାହିଁକି ଓ କିପରି ସେ  ପଦ୍ମଶ୍ରୀ ଉପାଧିର ଅଧିକାରୀ ହୋଇପାରିଥିଲା ?

ଅଖ୍ୟାତ ପଲ୍ଲୀର ସୁବର୍ଣ୍ଣ

ଓଡିଶାର କୋରାପୁଟ ଜିଲ୍ଲାର ଏକ ଆଦିବାସୀ ପ୍ରାଧାନ୍ୟ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ହେଇଥିବା କମଳା ପୂଜାରୀ ସର୍ବଦା ପାରମ୍ପରିକ ଧାନ ମଞ୍ଜି ସଂଗ୍ରହ ପାଇଁ ଜଣାଶୁଣା ମାର୍ଚ୍ଚ ୧୬ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିବା ବେଳେ କମଳାଙ୍କ ଉଦ୍ୟମ କୁ ଜାତୀୟ ସ୍ତରରେ ସ୍ଵୀକୃତି ଦିଆ ଯାଇଥିଲା କମଳା ତାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସେ ୨୦୦୪ ରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଶ୍ରେଷ୍ଠ ମହିଳା କୃଶକ ସମେତ ଅନେକ ପୁରସ୍କାର ଗ୍ରହଣ କରିଥିଲେ ସେ ସର୍ବଦା ପାରମ୍ପରିକ ଚାଷ ପାଇଁ ଉସ୍ଛର୍ଗୀକୃତ ,ଏଥିପାଇଁ ଓଡିଶାର ଜୟପୁର MS SWAMINATHAN RESEARCH FOUNDATION ରୁ ମୌଳିକ ଚାଷ କୌଶଳ ଶିଖିଥିଲେ କମଳା ତାଙ୍କ ଗ୍ରାମର ଅନ୍ୟ କେତେକ ମହିଳାଙ୍କ ସହ ଏକ ବିହନ ବ୍ୟାଙ୍କ ଗଠନ କରିବାରେ ସାହାଯ୍ୟ କରିଥିଲେ ତାଙ୍କର ପ୍ରଶିକ୍ଷଣ ସମାପ୍ତ ହେବା ପରେ କମଳା ଅନ୍ୟ ଲୋକଙ୍କୁ ଏବଂ ସହକର୍ମୀ ମାନଙ୍କୁ ରାସାୟନିକ ସାର ବ୍ୟବହାର ବନ୍ଦ କରିବାକୁ ଉସ୍ଛାହିତ କରିଥିଲେ ଏବଂ ସେ କିଛି ସହପାଠୀ ଗୋଷ୍ଠୀ ଗଠନ କରି ନିକଟସ୍ଥ ଗ୍ରାମଗୁଡିକରେ ଜୈବିକ ଚାଷ ବିଷୟରେ ସଚେତନ ସୃଷ୍ଟି କରିବାପାଇଁ  ଘର ଘର ବୁଲିଥିଲେ ସେମାନଙ୍କ ଉଦ୍ୟମର  ଫଳସ୍ଵରୂପ କୃଷକମାନେ ପାଟପୁର ଗ୍ରାମ ତଥା ନବରଙ୍ଗପୁର ଜିଲ୍ଲା ପଡୋଶୀ ଗ୍ରାମରେ ରାସାୟନିକ ଚାଷ ଛାଡିଥିଲେ । ୨୦୧୮ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ରାଜ୍ୟ ଯୋଜନା ବୋର୍ଡ କମଳାଙ୍କୁ ଏହାର  ଅନ୍ୟତମ ସଦସ୍ୟ ଭାବରେ ଯୋଡିଥିଲା ।

  କମଳା ପୂଜାରୀ ସର୍ବଦା ପାରମ୍ପରିକ ଧାନ ମଞ୍ଜି ସହିତ ଆକର୍ଷିତ ହୋଇଆସୁଛି । ଏହାଦ୍ବାରା ସେ ତାଙ୍କ ଜମିରେ ଧାନଚାଷ କଲେ ଯାହାଦ୍ୱାରା ସେ ଏହି ଶସ୍ୟ ଗୁଡିକୁ ଅଧିକ ଅଙ୍କୁରିତ କରିପାରିଲେ ।ବର୍ଷ ବର୍ଷ ଧରି କମଳା ସଫଳତାରସହ ଶହ ଶହ ସ୍ଵଦେଶୀ ପ୍ୟାଡୀ ସଂରକ୍ଷଣ କରି ରଖିଛନ୍ତି ଏବଂ ଧାନ,ହଳଦୀ,ତିଲି ,କଳାଜୀରା ଓ ମହାକାନ୍ତ ସମେତ ଅନେକ ବିଲୁପ୍ତ ତଥା ବିରଳ ପ୍ରକାରର ମଞ୍ଜି ସଂଗ୍ରହ କରିଛନ୍ତି ।  

                ପ୍ରାୟତଃ “ଧାନମଞ୍ଜି ସଂରକ୍ଷଣକାରୀ” କୁହାଯାଏ କମଳାଙ୍କୁ ତାଙ୍କ ଉଦ୍ୟମକୁ ଜାତୀୟ ସ୍ତରରେ ସ୍ଵୀକୃତୀ ଦିଆଯାଇଥିଲା ଯେତେବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମାର୍ଚ୍ଚ ୧୬ ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ ଏହିପରି ଭାବରେ କମଳା ପୂଜାରୀ ବିଲୁପ୍ତ ଖାଦ୍ୟ ଶସ୍ୟକୁ ସଂଗ୍ରହ କରି ଆଗକୁ ବଢିଥିଲେ ଏବଂ ସେ ସର୍ବଦା ଅନ୍ୟମାନଙ୍କ ପାଇଁ ଗୋଟିଏ ଆଦର୍ଶ ରୂପେ ନିଜକୁ ଗଢିତୋଳିଲେ

କିନ୍ତୁ ବଡ ଦୁଖର କଥା ଯେ ,ସେ ଗଣମାଧ୍ୟମ ଓ ସରକାରଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ,ପଦ୍ମଶ୍ରୀ ସମ୍ମାନ ପାଇବା ପରେ ମୋର ସବୁକିଛି ଉଜୁଡି ଯାଇଛି ,ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘରଟିଏ ନା ଅଛି ମୋ ପାଖରେ ସେ ଅମୂଲ୍ୟ କଳାଜୀରା ଧାନ ଆମ୍ବସଡା ବିକ୍ରିକରି ପେଟ ଚାଖଣ୍ଡକ ଭରୁଛି ସେତେବେଳେ ଜିଲ୍ଲାପାଳ ଆସି ମତେ ଘରଟିଏ ତୋଳିଦେବେ ବୋଲି ପ୍ରତିଶୃତି ଦେଇଯାଇଥିଲେ ପରେ କିନ୍ତୁ ସେ ଘରଟି ମୋ ପୁଅ ନାଁ ରେ ଆସିଲା ପଦ୍ମଶ୍ରୀ ସମ୍ମାନ ପରେ ଆହୁରି ଅନେକ ଅନୁଷ୍ଠାନ ମତେ ଡାକି ସମ୍ମାନିତ କରୁଛନ୍ତି ,ବହୁତ ବାହାବା ଦଉଛନ୍ତି ହେଲେ ମୋ ଘର ଚଳିବା କଥା କେହି ପଚାରୁନାହାନ୍ତି ସମ୍ମାନିତ ହେବା  ପରେ ମୋ ଭାଗ୍ୟ ବଦଳି ଯାଇଛି” ଏହା ଥିଲା କମଳାଙ୍କ ଦୁଖ ମୁଁ  ସରକାରଙ୍କୁ ଅନୁରୋଧ କରୁଛି ଯେ, କମଳାଙ୍କ ଦୁଖ ର ସମାଧାନ ଜଲ୍ଦି କରିଦିଅନ୍ତୁ ତଥାପି ଆଜି କୃଷି ମରି ନାହିଁ କି କୃଶକ ହାରି ନାହିଁ ଦୁନିଆ ଯେତେ କୌଶଳରେ ଆଗକୁ ଗଲେ ମଧ୍ୟ କୃଷି ଆଗରେ ହାରିବା ସୁନିଶ୍ଚିତ ତେଣୁ କୁହାଯାଇଛି ଯେ, “ଆମେ କେତେବି ମଡର୍ଣ ହେଇ ଯାଉ ନା କାହିଁକି ,ହେଲେ କୃଶକ ପରିଶ୍ରମ ବିନା ଆମେ କିଛି ବି ନୁହଁ”

(ଜୟ କିଶାନ ଜୟ ଯବାନ )

 



ପ୍ରଭାତ କୁମାର ବୈଦ୍ୟ (ରାୟଗଡା )

Post a Comment

0 Comments

close