ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ
ମାଛ ଚାଷ କ୍ଷେତ୍ରରେ ବ୍ୟୟବହୁଳ କାରଣ ଗୁଡିକ ହେଉଛି ଖାଦ୍ଯ, ପରିଷ୍କୃତ ପକ୍ରିୟା ଏଂବ ନିର୍ଦ୍ଧାରିତ ମାଛ ପ୍ରଜାତିଗୁଡିକ ବୃଦ୍ଧିପାଇଁ ପ୍ରଯାପ୍ତ ସ୍ଥାନ। ସେଥିପାଇଁ ନୂଆ ପ୍ରଯୁକ୍ତି ବିଦ୍ୟା ଅବଲମ୍ବନକରି ବାୟୋଫ୍ଲାକ ପଦ୍ଧତିରେ ମାଛ ଚାଷ ଏବେ ଖୁବ ଲୋକପ୍ରିୟ ଅର୍ଜନ କରିଛି। ଇସ୍ରାଏଲର ପ୍ରଫେସର ୟୋରାମ (Yoram) ଙ୍କୁ ଏହି ପଦ୍ଧତିର ପ୍ରତିଷ୍ଠାତା ବୋଲି କୁହାଯାଏ। ବାୟୋଫ୍ଲକ ପ୍ରଣାଳୀରେ ମାଛ ଓ ଚିଙ୍ଗୁଡି ଚାଷ ଜଳକୁ ସଫା କରିବାର ଏକ ସ୍ୱଳ୍ପ ମୂଲ୍ୟର ମାଧ୍ୟମ ଭାବରେ ଅଧିକ ଲୋକପ୍ରିୟ ହେବାକୁ ଲାଗିଲାବେଳେ ଏକକାଳୀନ ଅତିରିକ୍ତ ଖାଦ୍ଯ ଉସ୍ଛ ଯୋଗାଇଲା। ସବୁଠାରୁ ଭଲକଥା ହେଉଛି, ବାୟୋଫ୍ଲକ ପଦ୍ଧତି କାର୍ଯ୍ୟକାରୀ କରିବାପାଇଁ ଅଳ୍ପ ବିନିଯୋଗ ଆବଶ୍ୟକ ହୁଏ କାରଣ କେବଳ ସୂର୍ଯ୍ୟ କିରଣ, ଶ୍ଵେତସାରର ଉସ୍ଛ ଏଂବ ପ୍ରଚୁର ପରିମାଣର ଅମ୍ଳଜାନ ସୃଷ୍ଟିକରାଇବା ଆବଶ୍ୟକ। ଆମଦେଶର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବାସହିତ ବେକାରି ସମସ୍ୟାକୁ ଦୂର କରିବାର ଏହଏକ ନୂତନ ଦିଗବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ। ଚାଷୀ ଭାଇମାନଙ୍କ ପାଇଁ ସ୍ୱଳ୍ପ ସମୟ ଓ ସ୍ଥାନକୁ ବ୍ୟବହାର କରି ରିଜଗାର ଯୋଗାଇବାରେ ଏହି ପଦ୍ଧତି ଏକ ଉତ୍ତମ ପନ୍ଥା ।
ବାୟୋଫ୍ଲକ ପଦ୍ଧତିର ମୂଳତତ୍ତ୍ଵ:
ବାୟୋଫ୍ଲକ ପଦ୍ଧତିରେ ଫଟୋସିନ୍ଥେସିସ (Photosynthesis) ଦ୍ଵାରା ବାଳିଯାଇଥିବା ଖାଦ୍ଯ, ମଳ ଏଂବ ଅତ୍ୟଧିକ ପୃଷ୍ଟିସାର ଖାଦ୍ଯରେ ପରିଣତ କରିଥାଏ। ଏହି ପଦ୍ଧତିରେ ପ୍ରଥମେ ହେଟେରୋଟ୍ରୋଫିକ ବ୍ୟାକ୍ଟେରିଆ କମ୍ୟୁନିଟି(Heterotrophic Bacteria community) ଗଠିତ ହୋଇଥାଏ, ଯାହାକି ଫ୍ଲକ (Floc) ବୋଲି କୁହାଯାଏ । ଏହି ବ୍ୟାକ୍ଟେରିଆ କମ୍ୟୁନିଟି ନାଇଟ୍ରୋଜେନ (nitroge) ବର୍ଜ୍ୟବସ୍ତୁ କୁ ଗ୍ରହଣକରି ଆଲ୍ଜି ଠାରୁ 10 ରୁ 100 ଗୁଣ ବିଘଟଣ କରି ବର୍ଜ୍ୟବସ୍ତୁକୁ ଉତ୍ତମ ପୃଷ୍ଟିସାର ଖାଦ୍ଯରେ ପରିବର୍ତ୍ତିତ କରେ। ତେଣୁ ପ୍ରାୟତ କାର୍ବନ ଓ ନାଇଟ୍ରୋଜେନର ଅନୁପାତକୁ 12-15:1 ରଖାଯାଇଥାଏ। ପାରମ୍ପାରିକ ଚାଷ ପ୍ରଣାଳୀରେ ଖାଦ୍ୟଗୁଡ଼ିକର ପୃଷ୍ଟିସାର 25 ପ୍ରତିଶତ ପ୍ରକୃତରେ ମାଛ ଗ୍ରହଣ କରିଥାଏ ଏଂବ ବଳକା ଖାଦ୍ଯ ନାଇଟ୍ରୋଜେନ ଭଳି ଅଜୈବିକ ଖତରେ ପରିଣତ ହୋଇଥାଏ। ଆମୋନିୟମକୁ ମାଇକ୍ରୋବାୟାଲ ପୃଷ୍ଟିସାରରେ ପରିଣତ କରେ ଯାହା ତାଳସ୍ତର ମାଛ ମାନଙ୍କଦ୍ବାରା ଖାଇପାରିବ, ବାୟୋଫ୍ଲକ ପଦ୍ଧତି ଏହି ସଂଖ୍ଯାକୁ ଦ୍ଵିଗୁଣିତ କରିବାରେ ସକ୍ଷମ ହୋଇଥାଏ। ବାୟୋଫ୍ଲକ ପଦ୍ଧତିଗୁଡିକ ରୋଗର ବିସ୍ତାର ଏଂବ କାର୍ଜ୍ୟକାରିତାକୁ ହ୍ରାସ କରିଥାଏ ଏଂବ ଏକକାଳୀନ ଉନ୍ନତ ଜଳ ଗୁଣବତ୍ତା ଏଂବ ଖାଦ୍ଯ ଉପଲବ୍ବ୍ଧତା ମାଧ୍ୟମରେ ମାଛର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।
ବାୟୋଫ୍ଲକ କୁଣ୍ଡ/ପୋଖରୀ ପ୍ରସ୍ତୁତି :
ଯେଉଁ ଚାଷୀ ମାନେ ବାୟୋଫ୍ଳକରେ ନୂଆ ସେମାନେ ପ୍ରଥମେ HDPE lined ପୋଖରୀ କିମ୍ବା ସିମେଣ୍ଟ ଟାଙ୍କି କିମ୍ବା FRP ଟାଙ୍କି ରେ ଚାଷ କରିବା ଉଚିତ ଯେଉଁଠିକି ମାଟି ଓ ପାଣି ମଧ୍ୟରେ କୌଣସି ପ୍ରତିକ୍ରିୟା ସୃଷ୍ଟି ହେବାଦ୍ବାରା ପାଣିର ଗୁଣବତ୍ତାର ପରିବର୍ତ୍ତନ ହୁଏନାହିଁ। ଏହାଛଡା ଟାର୍ପୋଲୀନ ବ୍ୟବହାର ଜାରି ବ୍ୟବହାର କରି ଛୋଟୋ ଛୋଟୋ ଟାଙ୍କି ଦ୍ଵାରା ମଧ୍ୟ ଏହି ମାଛ ଚାଷ କରାଯାଇପାରିବ। ବାୟୋଫ୍ଲକରେ ଚାଷ କରିବାପାଇଁ HDPE lined ପୋଖରୀ ଏଂବ ଉଚାଳିଆ ହୁଡା ନିର୍ମାଣ କରିବା ଆବଶ୍ୟକ। ବର୍ଜ୍ୟବସ୍ତୁକୁ ବାହାର କରିବାପାଇଁ ସେଣ୍ଟ୍ରାଲ ଡ୍ରେନେଜ ସିଷ୍ଟମ (central Drainage system) ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଯଦି ବଡ ପୋଖରୀ ବ୍ୟବହାର କରନ୍ତି ତେବେ ଆପଣ ବେଳେବେଳେ ଅତିରିକ୍ତ କାଦୁଅକୁ ବାହାର କରିବା ପାଇଁ ତଳ ଡ୍ରେନ ସଂସ୍ଥାପନ କରିବା ଉଚିତ। ନିୟମିତ ଭାବରେ ଶ୍ଵେତସାର ଦିଆଯାଉଥିବାରୁ ଏହା ବିଶେଷ ଗୁରୁତ୍ବପୂର୍ଣ, ଯାହା ପୋଖରୀରେ ଅଧିକ କାଦୁଅ ସୃଷ୍ଟି କରିଥାଏ। ଦ୍ଵିତୀୟ ବିକଳ୍ପ ହେଉଛି ପୋଖରୀ କାଦୁଅକୁ ବାୟୋଫ୍ଲକରେ ରୂପାନ୍ତର କରିବାପାଇଁ ବାୟୋଫ୍ଲକ ରିଆକ୍ଟର ବ୍ୟବହାର କରିବା।
ପୋଖରୀ ବା କୁଣ୍ଡ ପ୍ରସ୍ତୁତି କରିସାରିବାପରେ ଏରେସନ (Aeration) ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ପାଣିରେ ଉଚ୍ଚ ଅମ୍ଳଜାନ ସ୍ତର ବଜାୟ ରଖିବା ପାଇଁ ସମସ୍ତ ବାୟୋଫ୍ଲକ କୁଣ୍ଡରେ ଲଗାତାର ପାଣିଘୁରୁଥିବା ଆବଶ୍ୟକ, ନହେଲେ ପାଣିରେ ବହୁପରିମାଣରେ ଆମୋନିୟା ଓ ମିଥେନ ବଢିଯାଇପାରେ। ଏହାକୁ ରୋକିବାପାଇଁ ପ୍ରତ୍ୟକ ପୋଖରୀ ବା କୁଣ୍ଡ ଗୁଡିକରେ ଅମ୍ଳଜାନ ସୃଷ୍ଟି କରୁଥିବା ଜନ୍ତ୍ର ନିର୍ଦ୍ଧିଷ୍ଟ ସ୍ଥାନରେ ଲଗାଇବା ଆବଶ୍ୟକ। ବାୟୋଫ୍ଲକ ପଦ୍ଧତି ପ୍ରତି ଲିଟର ପିଛା 6 ମିଲିଗ୍ରାମ ଅମ୍ଳଜାନ ଆବଶ୍ୟକ କରେ ଏଂବ ହେକ୍ଟର ପ୍ରତି ଅତି କମରେ 30 ଅଶ୍ଵଶକ୍ତି (Horsepower) ଅମ୍ଳଜାନ ଯନ୍ତ୍ର ଆବଶ୍ୟକ କିନ୍ତୁ କୁଣ୍ଡର ଉତ୍ପାଦକତା ଉପରେ ନିର୍ଭର କରି ଏହିସଙ୍ଖ୍ଯା ହେକ୍ଟର ପିଛା 200 ଅଶ୍ଵଶକ୍ତି (Horsepower) ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ୟାଡେଲହ୍ଵିଲ ଏରେଟରଗୁଡିକ ଏଥିପାଇଁ ବିଶେଷ ଉପଯୋଗୀ ହୋଇଥାଏ ଏଂବ ଏହାକୁ ଏପରି ସ୍ଥାପନ କରିବା ଆବଶ୍ୟକ ଯାହାଦ୍ୱାରା କୁଣ୍ଡ ବା ପୋଖରୀରେ ଏକ ଘୂର୍ଣନ ସୃଷ୍ଟି ହୁଏ।
ଯାଁଳ କିସମ ଓ ଗଚ୍ଛିତ ସଂଖ୍ୟା :
ବାୟୋଫ୍ଲକ ପଦ୍ଧତିରେ ଚାଷ ପାଇଁ ଟିଲାପିଆ, ଦେଶୀ ମାଗୁର, ଶିଙ୍ଗୀ, କଉ, ଜଳଙ୍ଗ ଭଳି ମାଛ ଚାଷ ଉପଯୋଗୀ ଅଟେ। ଯଦି ରୋହି, ଭାକୁର ଏଂବ ମିରିକାଳି ଛାଡିବାକୁ ଚାହିଁବେ, ତେବେ ସେମାନଙ୍କର ଜାଆଂଳ ସଂଖ୍ୟା କମ କରିବାକୁ ପଡିବ। ଧଳା ଚିଙ୍ଗୁଡିକୁ ଏହି ପଦ୍ଧତିରେ ଚାଷ କାଲେ ଅଧିକ ଲାଭବାନ ହୋଇପାରିବେ। ସେଥିପାଇଁ ପ୍ରାୟତ 500-1000 ପୋଷ୍ଟ ଲାର୍ଭା/ଘାନା ମିଟରରେ ଛଡ଼ାଯାଏ ଏଂବ ସେଥିରୁ 10-30 ମେଟ୍ରିକଟନ/ହେକ୍ଟର ଚିଙ୍ଗୁଡି ଏଂବ 1-400 ମେଟ୍ରିକଟନ /ହେକ୍ଟର ମାଛ ଅମଳ ମିଳିଥାଏ । ଏହି ପଦ୍ଧତିରେ ଲାଭ ପାଇବାକୁ ହେଲେ ଅତିକମରେ 6 ଟି ଜାଆଂଳ ପ୍ରତି ବର୍ଗମିଟରରେ ଛାଡିବା ଉଚିତ।
ଖାଦ୍ଯ ପ୍ରୟୋଗ :
ଜାଆଂଳ ଛାଡିବାର ପ୍ରଥମ କିଛିଦିନ ଶରୀର ଓଜନର 1.5-3% ଖାଦ୍ଯ ଦେବା ଆବଶ୍ୟକ। ଖାଦ୍ଯର ପରିମାଣରୁ ଜାଆଂଳର ଆବଶ୍ୟକତା ଅନୁସାରେ କମ କିମ୍ବା ବେଶୀ କରିହେବ। ମାଛଚାଷରେ ଶତକଡା 35-40 ଭାଗ ପୃଷ୍ଟିସାରଯୁକ୍ତ ଖାଦ୍ଯ ଏଂବ ଚିଙ୍ଗୁଡି ଚାଷ ପାଇଁ ଶତକଡା 20-30 ଭାଗ ଖାଦ୍ଯ ଆବଶ୍ୟକତା ହୋଇଥାଏ । ପ୍ରାୟତ 95% ନାଇଟ୍ରୋଜେନ ଖାଦ୍ଯ ଓ ସାର ଦ୍ଵାରା ପାଣିରେ ପହଞ୍ଚିଥାଏ। ବାୟୋଫ୍ଲକ ପଦ୍ଧତିରେ କାର୍ବନ ଓ ନାଇଟ୍ରୋଜେନର ପରିମାଣକୁ ସମତୁଲ କରିବାପାଇଁ ନାଇଟ୍ରୋଜେନ ବର୍ଜ୍ୟବସ୍ତୁ ବାହାରିବାକୁ ପଡିବ। ସେଥିପାଇଁ ପୃଷ୍ଟିସାରଯୁକ୍ତ ଖାଦ୍ଯ ପରିମାଣକୁ କମ କରି 25 ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ପଡିବ।
ବାୟୋଫ୍ଲକ ସୃଷ୍ଟି ହେବାର ପ୍ରକ୍ରିୟା :
କୁଣ୍ଡ ପ୍ରସ୍ତୁତ କରିସାରିବାପରେ ପାଣିକୁ ଛଣି ଭର୍ତି କରିବା ଦରକାର । ନାଇଟ୍ରୋଜେନ, ଫସଫରସ ଓ ବାୟୋଫର୍ଟିଲାଇଜର ସାରର ପ୍ରଯୋଗକରି ପ୍ରାକୃତିକ ଖାଦ୍ଯ ସୃଷ୍ଟି କରିବା ଆବଶ୍ୟକ। ସାଧାରଣତ ପ୍ରଥମେ ନାଇଟ୍ରୋଜେନର ପରିମାଣକୁ ବଢାଇବା ପାଇଁ ମାଛ ଖାଦ୍ଯ ପ୍ରୟୋଗ କରାଯାଇଥାଏ। ପରେ କାର୍ବନର ପରିମାଣ ବଢାଇବା ପାଇଁ ଗୁଡ କୁ 1-3 ଦିନ ଅନ୍ତରରେ 2-3 ସପ୍ତାହ ପର୍ଯ୍ୟନ୍ତ ଦିଆଯାଇଥାଏ। ଗୁଡ ବ୍ଯତୀତ କୁଣ୍ଡା କିମ୍ବା ଇଷ୍ଟ ପାଉଡର ବ୍ୟବହାର କରାଯାଇପାରିବ। ତାପରେ ଧୀରେ ଧୀରେ ପାଣିର ରଙ୍ଗ ମାଟିଆ ହୋଇଯାଏ ଏଂବ ଫ୍ଲକ ସୃଷ୍ତିହବା ଆରମ୍ଭ ହୋଇଥାଏ। ଏହି ଫ୍ଲକକୁ ବଜାୟ ରଖିବା ପାଇଁ ଭଲଭାବେ ଏରେସନ ବନ୍ଦୋବସ୍ତ କରିବାକୁ ପଡିଥାଏ ଏଂବ HDPE lining ର ମଧ୍ୟ ବ୍ୟବହାର କରାଯାଏ। ପ୍ରୋବାୟୋଟିକ ବ୍ୟବହାର ଦ୍ଵାରା ବିଭିନ୍ନ ହିତକାରୀ ଜୀବାଣୁ ସୃଷ୍ଟି ହୋଇ ମାଛ ବା ଚିଙ୍ଗୁଡିର ରୋଗ ନିରୋଧକ ଶକ୍ତି କୁ ବଢାଇବାରେ ସହାୟକ ହୋଇଥାନ୍ତି। ଫ୍ଲକରେ ଥିବା ହିତକାରୀ ବ୍ୟାକ୍ଟେରିଆ ଜୈବିକ ବର୍ଜ୍ୟବସ୍ତୁ ବିଘଟନ କରି ବିଷାକ୍ତ ଗ୍ଯାସର ପରିମାଣକୁ କମ କରିଥାଏ।
ବାୟୋଫ୍ଲକ ର ଉପକାରିତା : -
- ପରିବେଶ ଅନୁକୂଳ ସଂସ୍କୃତି ବ୍ୟବସ୍ଥା |
- ଏହା ପରିବେଶ ପ୍ରଭାବକୁ ହ୍ରାସ କରିଥାଏ |
- ଜମି ଏବଂ ଜଳର ନ୍ୟାୟିକ ବ୍ୟବହାର |
- ସୀମିତ କିମ୍ବା ଶୂନ୍ୟ ଜଳ ବିନିମୟ ବ୍ୟବସ୍ଥା |
- ଉଚ୍ଚ ଉତ୍ପାଦକତା (ଏହା ବଞ୍ଚିବାର ହାର, ଅଭିବୃଦ୍ଧି ପ୍ରଦର୍ଶନକୁ ଉନ୍ନତ କରିଥାଏ) |
- ମୂଲ୍ୟ-ପ୍ରଭାବଶାଳୀ ଫିଡ୍ ଉତ୍ପାଦନ |
- କୃଷକ ମାନେ ନିଜ ଇଛା ମୁତାବକ ମାଛ ଚାଷ କରିବା ପାଇଁ ଚୟନ କରିପାରିବେ |
- ଏହା ପ୍ରୋଟିନ୍ ସମୃଦ୍ଧ ଫିଡର ବ୍ୟବହାର ଏବଂ ମାନକ ଫିଡ୍ ମୂଲ୍ୟ ହ୍ରାସ କରେ |
- ଜଳ ପ୍ରଦୂଷଣ ଓ ପାଥୋଜେନ ର ବିସ୍ତାର ଏବଂ ବିସ୍ତାର ହେବାର ଆଶଙ୍କା ହ୍ରାସ କରେ |
- ସହଜ ଅମଳ |
ବାୟୋଫ୍ଲକ ର ଅପକାରିତା : -
- ମିଶ୍ରଣ ଏବଂଏରେସନ ପାଇଁ ଶକ୍ତି ଆବଶ୍ୟକତା ବୃଦ୍ଧି |
- ପ୍ରତିକ୍ରିୟା ସମୟ ହ୍ରାସ କାରଣ ଜଳର ଶ୍ୱାସକ୍ରିୟା ହାର ବୃଦ୍ଧି ପାଇଥାଏ |
- କ୍ଷାରୀୟ ସପ୍ଲିମେଣ୍ଟେସନ୍ ଆବଶ୍ୟକ |
- ନାଇଟ୍ରେଟ୍ ଜମା ହେଉଥିବାରୁ ପ୍ରଦୂଷଣ ସମ୍ଭାବନା ବୃଦ୍ଧି |
- ସୂର୍ଯ୍ୟ କିରଣ-ଉଦ୍ଦିଷ୍ଟ ସିଷ୍ଟମଗୁଡ଼ିକ ପାଇଁ ଅସଙ୍ଗତ ଏବଂ ଋତୁକାଳୀନ କାର୍ଯ୍ୟଦକ୍ଷତା |
ଚିନ୍ମୟୀ ଷଡ଼ଙ୍ଗୀ (ମତ୍ସ୍ୟ ବିଶେଷଜ୍ଞ)
ଧନ୍ୟବାଦ
0 Comments
If You have any Queries, Please Let me Know