ମାଛ ଚାଷ ପାଇଁ ପୋଖରୀ ପ୍ରସ୍ତୁତି ଓ ପରିଚାଳନା - AgriTech (All about Agriculture)
Hello Readers welcome back to my another article titled ମାଛ ଚାଷ ପାଇଁ ପୋଖରୀ ପ୍ରସ୍ତୁତି ଓ ପରିଚାଳନା which is written by Chinmayee Sarangi, Ichthyologist. Please read carefully and if you have any queries then feel free to reach out of us.
ବିଭିନ୍ନ ଅନ୍ତର୍ଦେଶୀୟ ମାଛ ଚାଷ ମଧ୍ୟରେ ପୋଖରୀରେ ମାଛ ଚାଷ ସର୍ବାଧିକ ଓ ସର୍ବତ୍ର ଆଦୃତ ହୋଇପାରିଛି ଏଂବ ଭବିଷ୍ୟତରେ ଏହା ଯେ ଅଧିକ ଲୋକପ୍ରିୟ ହେଇପାରିବ ଏହା ନିସନ୍ଦେହରେ କୁହାଯାଇପାରେ | ଯଦିଓ ପୋଖରି ମାଛଚାଷ ଏକ ସୌଖିନ ରୂପେ ଆରମ୍ଭ ହୋଇଥିଲା ବର୍ତମାନ ତାହା ଏକ ଲାଭଜନକ ବ୍ୟବସାୟ ରୂପେ ମୁଣ୍ଡ ଟେକିଲାଣି ଏଂବ ଏହାର ଲୋକପ୍ରିୟତା ବଢିବାକୁ ଲାଗିଛି | ମାଛ ପୋଖରୀଟି ଆୟତ୍ତାକାର ଓ ଏହାର ଆୟତ୍ତନ ଅତି କମରେ ଅଧା ଏକର ହେବା ଉଚିତ | ଏଥିରେ ଖରାଦିନେ ୪୫ ଫୁଟ ଗଭୀରତାର ପାଣି ରହିବା ଆବଶ୍ୟକ | ପୋଖରୀର ଚାରିପାଖ ହୁଡା ଉଚା ହେବା ଦରକାର, ଯେପରିକି ବାହାର ପାଣି ଭିତରକୁ ଆସିପାରିବ ନାହଁ କି ଭିତରର ପାଣି ବାହାରକୁ ଯାଇପାରିବ ନାହଁ ।
ମାଛ ଚାଷ ମୁଖ୍ୟତ ତିନି ସ୍ତର ଚାଷ ପଦ୍ଧତି, ଯୋଉଥିରେ କି ପ୍ରଥମ ପଦକ୍ଷପ ଆରମ୍ଭ ହୁଏ ନର୍ସରୀରେ ଗୁଣ୍ଡ ଯାଁଳ କୁ ୨-୩ ସପ୍ତାହ ମଧ୍ୟରେ ଫ୍ରାଇ ଅବସ୍ଥା କୁ ଆଣିବା, ତାପରେ ରୀୟରିଙ୍ଗ ପୋଖରୀରେ ୩ ମାସ ମଧ୍ୟରେ ଫ୍ରାଏ ଅବସ୍ଥା ରୁ ଆଙ୍ଗୁଳିକା ଅବସ୍ଥାକୁ ଆଣିବା ଏଂବ ଏହି ଆଙ୍ଗୁଳୀକା ଯାଁଳକୁ ମୁଖ୍ୟ ପୋଖରୀରେ ଗଚ୍ଛିତ କରି ବିକ୍ରିକରିବା ଅବସ୍ଥା କୁ ଅଣାଯାଏ | ଉପରୋକ୍ତ ତିନୋଟି ପର୍ଯ୍ୟାୟରେ ବଞ୍ଚିବାର ଏଂବ ଅଭିବୃଦ୍ଧି ର ଉଚ ହାର ନିଶ୍ଚିତ କରିବାକୁ ହେଲେ ଉପଯୁକ୍ତ ପରିଚାଳନା ପାଇଁ ଉଚିତ ପଦକ୍ଷେପ ନେବା ଆବଶ୍ୟକ | ଗାଁ ଗହଳିରେ ଥିବା ପୁରୁଣା ପୋଖରୀ ଓ ଗଡିଆ ଗୁଡିକ ପ୍ରାୟ ଅନେକ କ୍ଷେତ୍ରରେ ପଙ୍କ, ଦଳପୂର୍ଣ୍ଣ ଓ ମାଛ ଚାଷ ପାଇଁ ଅନୁପଯୁକ୍ତ | ଏହିସବୁ ପୋଖରୀ ମାଟିରେ ଅମ୍ଳଅଂଶ ଅଧିକ ଥିବାରୁ ମାଛମନେ ଭଲ ବଢିପାରନ୍ତି ନାହିଂ |ଖରାଦିନେ ପୋଖରୀ ଶୁଖିଗଲେ ବ ପମ୍ପ ସାହାଯ୍ୟରେ ପାଣିସୁଖାଇ ଏଥିରୁ ପଙ୍କୋଦ୍ଧାର କାର୍ଯ୍ୟ କରାଯିବା ଉଚିତ | ସାଧାରଣତ ବର୍ଷାଦିନ ଆରମ୍ଭ ହାବା ପୂର୍ବରୁ ପୋଖରିକୁ ଭଲଭାବେ ପ୍ରସ୍ତୁତ କରିବା ଉଚିତ| ଯେଉଁସବୁ ପୋଖରୀରେ ମୋତେ ପାଣି ସୁଖେନାହିଁ ସେସବୁକୁ ଗ୍ରୀଷ୍ମଦିନେ ନିମ୍ନଲିଖିତ ଉପାୟରେ ପରିଚାଳନା କରିବା ଉଚିତ ।
୧. ଦଳ ନିରାକରଣ
ପୋଖରୀରେ ଦଳ ଗୁଡିକ ଅଦରକାରୀ ଉଦ୍ଭିଦ ଯାହାକି ପୋଖରୀକୁ ଦୂଷିତ କରିବା ସହ ମାଛ ସହିତ ଉଭୟ ଖାଦ୍ଯ ଓ ସ୍ଥାନ କୁ ନେଇ ପ୍ରତିଯୋଗୀତା କରିଥାଏ, ଶିକାରୀମାଛ ମାନଙ୍କୁ ଆଶ୍ରୟସ୍ଥଳୀ ଯୋଗାଇଥାଏ, ମାଛ ମାନଙ୍କର ବଢିବାରେ ବାଧାସୃଷ୍ଟି କରେ ଏଂବ ପାଣିଭିତରକୁ ଖରା ପଡିପାରେ ନାହିଁ ଓ ସେଥିରୁ ବିଭିନ୍ନ ବିଷାକ୍ତ ଗ୍ଯାସ ସୃଷ୍ଟି ହୋଇ ମାଛମାନଙ୍କର କ୍ଷତି କରିଥାଏ | ପୋଖରୀରୁ ଦଳ ସଫାକରିବା ପାଇଁ ୩୦୦ ରୁ ୫୦୦ ଗ୍ରାମ ଓଜନର ୧୦୦ ଟି ଗ୍ରାସକାର୍ପ ମାଛ ଏକର ପିଛା ଛଡ଼ାଯାଇପାରିବ| ଦଳ/ଘାସ ର ପରିମାଣ ଓ କିସମ ଉପରେ ନିର୍ଭର କରି ମାଛର ପରିମାଣ ନିର୍ଣ୍ଣୟ କରାଯାଇଥାଏ|୨. ଶିକାରୀ/ଅଦରକାରୀ ମାଛ ଦୂରୀକରଣ
ପୋଖରୀରେ ଥିବା ଶିକାରୀମାଛ ଯଥା - ବାଲିଆ, ଚିତଳ, ଫଳି, ଗଡିଶା, କାଣ୍ଟିଆ, କଉ ଓ ଶେଉଳ ଇତ୍ୟାଦି କୁ ମାରି ବାହାର କରିଦେବା ଆବଶ୍ୟକ| ନଚେତ ଏମାନେ ମାଛ ପୋଖରୀରେ ଛଡ଼ାଯାଇଥିବା ଜାତୀୟା ମାଛ ଯାଁଳ କୁ ଖାଇଯିବେ| ଏହାକୁ ବାହାର କରିବା ପାଇଁ ଦୁଇ ରୁ ତିନି ଥର ଜାଲ ପକାଇ ସାରିବା ପରେ ମହୁଲ ପିଡିଆ ଏକ ଏକର ପ୍ରତି ୮୦୦ କିଲୋଗ୍ରାମ ପ୍ରୟୋଗ କାଲେ ମାଛ ଦୁଇ ତିନି ଘଣ୍ଟା ମଧ୍ୟରେ ମରିଯାନ୍ତି ଏଂବ ଏହି ଗୁଡିକ ଖାଦ୍ୟପଯୋଗୀ ଅଟେ | ପୋଖରୀରେ ମହୁଲ ପିଡିଆ ବିଷର ପ୍ରଭାବ ୨୧ ଦିନ ପର୍ଯନ୍ତ ରୁହେ ଓ ତାପରେ ପୋଖରୀ ଯାଁଳ ଛାଡିବା ଅବସ୍ଥାକୁ ଆସିଥାଏ| ମହୁଲ ପିଡିଆ ନମିଳିଲେ ଯାଁଳ ଛାଡିବାର ଏକ ମାସ ପୂର୍ବରୁ ବ୍ଲିଚିଂ ପାଉଡର କିମ୍ବା ବ୍ଲିଚିଂ ପାଉଡର ସହ ୟୁରିଆ ପ୍ରୟୋଗ କରାଯାଇପାରିବ| ୩ ଫୁଟ ଗଭୀରର ପାଣିରହୁଥିବା ଏକ ଏକର ପୋଖରୀରେ ୧୦୦ କିଲୋଗ୍ରାମ ବ୍ଲିଚିଂ ପାଉଡର ବା ୪୦ କିଲୋଗ୍ରାମ ୟୁରିୟା ପ୍ରୟୋଗ କରିବାର ଦିନକପରେ ୭୦ କିଲୋଗ୍ରାମ ବ୍ଲିଚିଂ ପାଉଡର ପ୍ରୟୋଗ କରି ଶିକାରୀ ମାଛକୁ ଦମନ କରାଯାଇପାରିବ ।୩. ଚୂନ ର ବ୍ୟବହାର
ଅମ୍ଳଯୁକ୍ତ ପୋଖରୀ ଗୁଡିକ କ୍ଷାରି ପୋଖରୀଠାରୁ କମ ଉତ୍ପାଦନକାରୀ | ପାଣିର ଅମ୍ଳତ୍ଵ କୁ ଆବଶ୍ୟକୀୟ ମାତ୍ରକୁ ଆଣିବାପାଇଂ ଶିକାରୀମାଛ ମାରିବାର ୧୦ ବା ୧୫ ଦିନପରେ ପୋଖରୀରେ ଚୂନ ବ୍ୟବହୃତ ହୁଏ | ଏହା ସହିତ ଚୂନ ପ୍ରୟୋଗକଲେ ପୋଖରୀରେ ରୋଗଯିବାଣୁ ମୁକ୍ତ ହୋଇଥାଏ, ଜଳ ର ଉର୍ବରତା ବଢିଥାଏ ଏଂବ ପୋଖରୀର ଅମ୍ଳ ବା ଖାଟା ଅଂଶ ନଷ୍ଟ ହୋଇଥାଏ | ଚୂନର ସାଧାରଣ ମାତ୍ରା ହେକ୍ଟର ପ୍ରତି ୨୦୦-୨୫୦ କିଲୋଗ୍ରାମ ମଧ୍ୟରେ ରହିଥାଏ | ଚୂନର ପ୍ରକୃତ ମାତ୍ରା ନିମ୍ନଲିଖିତ ଭାବେ ମାଟି ଏଂବ ଜଳର ଅମ୍ଳତ୍ଵ ଉପରେ ଆଧାର କରି ଗଣନା କରିବାକୁ ପଡିଥାଏ ।୪. ଖତ ଓ ସାର ପ୍ରୟୋଗ
ଚୂନ ପକାଇବାର ୫-୭ ଦିନ ପରେ ପୋଖରୀର ଉର୍ବରତା ବଢାଇବା ପାଇଁ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ ଆବଶ୍ୟକ ପଡେ | ଖତସାର ପ୍ରୟୋଗ ଦ୍ଵାରା ପୋଖରୀରେ ପ୍ରକୃତିକ ଖାଦ୍ଯ ବହୁ ପରିମାଣରେ ବୃଦ୍ଧି ହୋଇଥାଏ ଯାହାକି ମାଛର ପ୍ରଧାନ ଖାଦ୍ଯ ପୋଖରୀ ମାଟିର ଗୁଣବତ୍ତା ଅଧୟନ କରିବାପରେ ଖତ/ସାର ପ୍ରୟୋଗ କରିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡିବ| ମାଛର ବୃଦ୍ଧି ପୋଖରୀରେ ଉପଲବ୍ଧ ଖାଦ୍ଯ ସଂରକ୍ଷଣ, ପୋଖରୀର ଫିଜିକୋ ରାସାୟନିକ ଅବସ୍ଥା ଏଂବ ଜଳବାଯୁ ପରିସ୍ଥିତି ଉପରେ ନିର୍ଭର କରି ସାର ମାତ୍ରାକୁ ଉପଯୁକ୍ତ ରୂପାନ୍ତର କରିବାକୁ ପଡିଥାଏ। ଏହି ସାର ଗୁଡିକୁ ମାସିକିଆ କିସ୍ତି ରେ ପୋଖରୀରେ ପ୍ରୟୋଗ କରାଯାଏ ।୫.ପୋଖରୀରେ ଯାଁଳ ଗଚ୍ଛିତ କରିବା
ପୋଖରୀକୁ ଭଲଭାବରେ ପ୍ରସ୍ତୁତ କରିସାରିବାପରେ, ଯାଁଳ ଛଡାଯିବା ଆବଶ୍ୟକ। ପୋଖରୀରେ ଆଙ୍ଗୁଳିକା ଯାଁଳର ଦରକାର ପ୍ରଜାତିଗୁଡିକ ଛାଡିବା ଆବଶ୍ୟକ। ଆଙ୍ଗୁଳିକା ଗଚ୍ଛିତ କରିବାର ହାର ମୁଖ୍ୟତ ଜଳର ପରିମାଣ ଓ ପୋଖରୀର ଅମ୍ଳଜାନ ର ମାତ୍ର ଉପରେ ନିର୍ଭର କରେ । ବିହନ ଉପଲବ୍ଧତା ଓ ବଜାର ସ୍ଥିତି ଉପରେ ନିର୍ଭର କରି, ନିମ୍ନ ଅନୁପାତରେ ୩, ୪ କିମ୍ବା ୬ ପ୍ରଜାତିର ମିଶ୍ରଣ କରାଯାଇପାରେ।
ଏହା ଛଡା ପୋଖରୀରେ ଦଲଥିଲେ ଦଳଖିଆ ମାଛ ମଧ୍ୟ ଛଡ଼ାଯାଇ ପାରେ । ସେହିପରି ପୋଖରୀରେ ଅଧିକ ନେଳିଥିଲେ ଅଳ୍ପ ସଂଖ୍ୟା ରେ ସିଲଭର କାର୍ପ ଛଡ଼ାଯାଇପାରେ। ପୋଖରୀରେ ଖାଦ୍ଯ ତିନି ସ୍ତରରେ ଥାଏ। ଉପର ସ୍ତର, ମାଝି ସ୍ତର ଓ ତଳ ସ୍ତର। ଭକୁର /ସିଲଭର କାର୍ପ ଉପରସ୍ତର ଖାଦ୍ଯ, ରୋହି ମଝିସ୍ତର ଖାଦ୍ଯ ଓ ମିରିକାଳୀ/ବିଲାତି ରୋହି ତଳ ସ୍ତରର ଖାଦ୍ଯ ବ୍ୟବହାର କରନ୍ତି । ତେଣୁ ଗୋଟିଏ ପ୍ରକାର ମାଛ ଛାଡିଲେ ଗୋଟିଏ ସ୍ତରର ଖାଦ୍ଯ ବ୍ୟବହାର ହେବ ଓ ଅନ୍ୟ ସ୍ତରର ଖାଦ୍ଯ ବ୍ୟବହାର ହୋଇପାରିବ ନାହିଁ । ଫଳରେ ମାଛ ମଧ୍ୟ ଭଲ ବଢେ ନାହିଁ । ମାଛ ଯାଁଳ ଗୁଡିକୁ ମରିବା ଏଂବ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ବହୁତ ଯତ୍ନର ସହ ଛାଡିବାକୁ ପଡିଥାଏ। ପ୍ରଥମେ ଯାଁଳ ଗୁଡିକୁ ଧୀରେ ଧୀରେ ପୋଖରୀପାଣିର ତାପମାତ୍ରା ଓ ଗୁଣବତ୍ତା ସହିତ ଅନୁକୂଳ କରାଇବା ଉଚିତ । ଏହାକରିବା ପାଇଁ ଯାଁଳ ପରିବହନ ବ୍ୟାଗ ର ମୁଁହକୁ ଖୋଲି ଧୀରେ ଧୀରେ ପୋଖରୀର ପାଣିକୁ ଏଥିରେ ମିଶାଜାଏ ଏଂବ ୧୦-୧୫ ମିନିଟ ପରେ ବ୍ୟାଗ ଗୁଡିକ ପୋଖରୀରେ ଢାଳିଦିଆଯାଏ, ଯାହାଦ୍ୱାରା କି ଯାଁଳ ଗୁଡିକ ପୋଖରୀପାଣିରେ ଫ୍ରିରେ ପହଁରି ପାରିଥାନ୍ତି। ଯାଁଳ ସାଧାରଣତ ଥଣ୍ଡା ସମୟରେ ସକାଳ କିମ୍ବା ସନ୍ଧ୍ୟାରେ ଛାଡିବା ଉଚିତ ।
ମାଛ ପୋଖରୀରେ ଗଚ୍ଛିତ କରିସାରିବାପରେ ପ୍ରକୃତିକ ଖାଦ୍ଯ ଉତ୍ପାଦନ, ପୋଖରୀର ରକ୍ଷଣାବେକ୍ଷଣ, ମୁଖ୍ୟତ ଖାଦ୍ଯ ଓ ସ୍ୱାସ୍ଥ୍ୟ ସେବା ଅନ୍ତର୍ଭୁକ୍ତ। ସୁତରାଂ ମାଛଚାଷୀ ମାନେ ଉପରୋକ୍ତ ପ୍ରଣାଳୀରେ ଉନ୍ନତ ପୋଖରୀ ପରିଚାଳନା ଦ୍ଵାରା ମାଛ ଉତ୍ପାଦନ ବୃଦ୍ଧି କରିପାରିବେ।
-ଚିନ୍ମୟୀ ଷଡ଼ଙ୍ଗୀ (ମତ୍ସ୍ୟ ବିଶେଷଜ୍ଞ)
- ଜୈବିକ ଚାଷର ଆବଶ୍ୟକତା (AgriTech (All about Agriculture)
- Agriculture in Odisha: Overview of Crops, Government Schemes and Initiatives- AgriTech(All about Agriculture)
0 Comments
If You have any Queries, Please Let me Know