You may like

6/recent/ticker-posts

ଦଶମନ୍ତପୁର କାଜୁ ଉନ୍ନୟନ ଉତ୍ପାଦକ କମ୍ପାନୀର ବିକ୍ରୟ କେନ୍ଦ୍ର ଉଦଘାଟିତ AgriTech (All about Agriculture)

ଦଶମନ୍ତପୁର କାଜୁ ଉନ୍ନୟନ ଉତ୍ପାଦକ କମ୍ପାନୀର ବିକ୍ରୟ କେନ୍ଦ୍ର ଉଦଘାଟିତ , AgriTech(All about Agriculture)




ଆମେ ଜାଣୁ ଯେ, ଭାରତ ବର୍ଷରେ ଜୈବିକ ପଦାର୍ଥ ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାସାୟନିକ ସାର ବ୍ୟବହାର ଦ୍ଵାରା ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଅପେକ୍ଷା ଜୈବିକ ଖାଦ୍ୟ ପଦାର୍ଥ ପ୍ରତି ଲୋକେ ମନ ବଳେଇଲେଣି । 


ସମସ୍ତେ ଜାଣନ୍ତି ରାସାୟନିକ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଜୀବଜଗତ ଧ୍ଵଂସ ହେବାରେ ଲାଗିଲାଣି । ଏହିସବୁ ଦୃଷ୍ଟିକୋଣକୁ  ଲକ୍ଷ୍ୟ କରି ବିଭିନ୍ନ ଦେଶମାନଙ୍କରେ ସରକାର ରାସାୟନିକ ତିଆରି ଓ ବିକ୍ରୟ ଉପରେ ରୋକ ଲଗାଇ ସାରିଲେଣି, ଏମିତି କି ଭାରତରେ ମଧ୍ୟ କିଛିଟା କମ୍ପାନୀ ବନ୍ଦ ହେଇବାରେ ବସିଲାଣି ।
ଲୋକଙ୍କ ଚାହିଦା ମୁତାବକ ଜୈବିକ ସାର ଉତ୍ପାଦ ଏବଂ ବ୍ୟବହାର ବିଭିନ୍ନ ମହଲାରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ରୂପେ ଉଠୁଛି ପଡୁଛି, ତେଣୁ ସରକାରୀ ଓ ବେସରକରୀ ବାବୁ ଏବଂ ବିଭିନ୍ନ ସଂସ୍ଥା  ଚାଷୀମାନଙ୍କୁ ଜୈବିକ ଚାଷ ଉପରେ ଅନେକ ତାଲିମ ମାନ ଓ ଅନେକ ଶିକ୍ଷଣୀୟ ବସ୍ତୁ ଉପରେ ଆଲୋକପାତ କରୁଛନ୍ତି  । ସେମାନଙ୍କ ମଧ୍ୟରୁ ଅଗ୍ରଗାମୀ, ଦଶମନ୍ତପୁର, ଜିଲ୍ଲା କୋରାପୁଟ ଅନ୍ୟତମ ଯାହାକି ଚାଷୀଙ୍କୁ ବିଭିନ୍ନ ପ୍ରକାର ଜୈବିକ ଉପରେ ତାଲିମ ଦେଇ ସେମାନଙ୍କୁ ବଞ୍ଚିବାର ମାର୍ଗ ଦେଖାଇଛି । 



ଭାରତ ସରକାରଙ୍କ ଦ୍ଵାରା ଗଠିତ ଓ ନାବାର୍ଡ ସହାୟତାଭୁକ୍ତ ଏବଂ ଅଗ୍ରଗାମୀ କାର୍ଯ୍ୟକାରୀ ସଂସ୍ଥା ଦ୍ଵାରା ଏକ କୃଷକ ଉତ୍ପାଦକ ଦଳ ( Farmer Producer Organisation) ଯାହାର ନାମ ଦଶମନ୍ତପୁର କାଜୁ ଉନ୍ନୟନ ପ୍ରକ୍ରିୟାକରଣ କମ୍ପାନୀ ( Dasamantpur Cashew Development Processing and Marketing Producer Company ltd)  ୨୦୧୬ ମସିହାରେ ତିଆରି ହେଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଜୈବିକ କୃଷିଦ୍ରବ୍ୟ ଓ ଦେଶୀୟ ପଦାର୍ଥକୁ ଲୋକଲୋଚନକୁ ଆଣିବା ଏବଂ ଚାଷୀଙ୍କ ଦ୍ରବ୍ୟକୁ ଉଚିତ୍ ମୂଲ୍ୟ ରେ ବିକ୍ରୟ କରେଇବା ।



ଏହି ଯୋଜନାକୁ ଭିତ୍ତିକରି ଦଶମନ୍ତପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜୈବିକ ପଦାର୍ଥ ଏବଂ ବିହନ ବିକ୍ରୟ କେନ୍ଦ୍ର ସ୍ଥାପନ କରିଛି । ୧୫ ନଭେମ୍ବର ୨୦୨୧ ରେ ସଫଳତାର ସହ ଏହି କେନ୍ଦ୍ରଟି ଜିଲ୍ଲା ଉନ୍ନୟନ ଅଧିକାରୀ ( District Development Manager DDM)  ଶ୍ରୀଯୁକ୍ତ ମୁରାରୀ ବେହେରାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି । 
ଉଦଘାଟନ ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ସାଲେନ୍ କିଶୋର, ପୂର୍ବତନ ସରପଂଚ ଶ୍ରୀମତୀ ସାଇବେନି ଜାନୀ , ଅଗ୍ରଗାମୀ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଅତୁଲ୍ କୁମାର ନାୟକ ଏବଂ ଶ୍ରୀ ପ୍ରଭାତ କୁମାର ବୈଦ୍ୟ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।



ଏହି ବିକ୍ରୟ କେନ୍ଦ୍ରରେ ଅନେକ ପ୍ରକାର ଜୈବିକ ଚାଷୀୟ ପଦାର୍ଥ ଯଥା ଧାନ, ମାଣ୍ଡିଆ,କୋଳଥ,ବିରି,ମୁଗ, ସୁଆଁ, ହଳଦୀ, ଚିନାବାଦାମ ଇତ୍ୟାଦି ଏବଂ ଜୈବିକ ସାର ଯଥା ଜିଆ ଖତ, ହାଣ୍ଡିଖତ, ଜୀବା ମୃତ ଇତ୍ୟାଦି ଓ ବିଭିନ୍ନ ପ୍ରକାର ଦେଶୀୟ ଧାନ,ମାଣ୍ଡିଆ ଇତ୍ୟାଦି ରଖାଯାଇ ଅଛି । 
ଏହାର ମୁଖ୍ୟ କାର୍ଯ୍ୟ ହେଲା ଜୈବିକ ପଦାର୍ଥକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ଓ ରାଜ୍ୟ ବାହାରକୁ ମଧ୍ୟ ପଠାଇବା ବୋଲି ଅଗ୍ରଗାମୀ ସଂସ୍ଥା ପ୍ରକାଶ କରିଛି । 

    

ଧନ୍ୟବାଦ





Post a Comment

0 Comments

close