You may like

6/recent/ticker-posts

ଚଲାପଥ by Prabeen Kumar Dakua - AgriTech(All about Agriculture)

 ଚଲାପଥ


ଚଲାପଥ by Prabeen Kumar Dakua - AgriTech(All about Agriculture)
ପ୍ରବୀଣ କୁମାର ଡାକୁଆ
ବ୍ରହ୍ମପୁର

ବିସ୍ମୟ କର ଏ ଚଲାପଥ କେବେ କୁସୁମିତ, ତ କେବେ ଜର୍ଜରିତ। ସବୁ ଅସମ୍ଭବ ହୁଏ ଏଠି ସମ୍ଭବ,ପୁଣି ଏଠି ସମ୍ଭବ ବି ଅସମ୍ଭବ।

ଏହା ସମୟ ର ଖେଳ ନା ଦଇବ ର ଖେଳ ତାହା ଆମେ ବୁଝିବା ଯେ କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠି ନିଗାଢ଼ ଅନ୍ଧାର ରେ କ୍ଷୁଦ୍ର ଖଦ୍ୟୋତ ବି କରେ ଆଲୋକିତ,କିନ୍ତୁ ବେଳେ ବେଳେ ସୂର୍ଯ୍ୟ ବି ଏଠି କଳଙ୍କିତ । ଏଠି ଜଳଧର କେବେ ଦିଏ ରିମ୍ ଝିମ୍ ବର୍ଷା ତ କେବେ ଦିଏ ବଜ୍ରପାତ । କ୍ଷଣ ଭଙ୍ଗୁର ଏ ଜୀବନ ର ପଥ ରେ ପଥିକ ରୂପେ ଆମେ ପରିଦୃଷ୍ଟ । ଏ ଚଲାପଥ ରେ ଅନିର୍ବାଜ୍ୟ ଭାବେ ନିରନ୍ତର ଚାଲୁ ଚାଲୁ ଏ ଜୀବନ କେବେ ନିଏ ରୋମାଞ୍ଚକ ମୋଡ ତ କିବେ ଦିଏ ବର୍ଷା ଝଡ଼ ।  ବାଲ୍ୟ ରୁ ଶୈଶବ ଏବଂ ଶୈଶବ ରୁ ବୃଦ୍ଧ ପର୍ଯ୍ୟନ୍ତ ପଥିକ ରୂପେ ଆମ ପଦଚିହ୍ନ ଅନେକ ପଥ ରେ ସୁସ୍ପଷ୍ଟ । ଆମକୁ ଏକା ହିଁ ଏ ପଥ ରେ ହେବାକୁ ପଡେ଼ ନିର୍ଲିପ୍ତ । ଧିରେ ଧିରେ ଏ ପଥ ହୁଏ କଣ୍ଟକିତ , ସମୟର ଅକସ୍ମାତ୍ ଏପରି ପରିବର୍ତ୍ତନ ରେ ଏମିତି ଲାଗେ ଯେମିତି କି ଜୀବନ ସଂଗ୍ରାମରେ ଆମେ ଏକାନ୍ତ,ଜୀର୍ଣ୍ଣ ,ଜରା ଏବଂ ଜର୍ଜରିତ,ଯେମିତି କି ଆମେ ଏ ଜୀବନ ସଂଗ୍ରାମ ରେ ପୀଡ଼ିତ । ସତରେ କଣ ଦଇବ ଏତେ ନିଷ୍ଠୁର ,,। ଆରେ ନାଇ ଏ ଜୀବନ ହିଁ ସଂଘର୍ଷ ପୂର୍ଣ୍ଣ  ଆଉ ଏ ସଂଘର୍ଷ ମୟ ଜୀବନ ଯଜ୍ଞ ଆମ ପାଇଁ ନିଶ୍ଚିତ ପୂଜ୍ୟ । ଏ କଥା ସତ୍ୟ ଯେ ଏହି ସଂଗ୍ରାମ ବହୁତ୍ ଥର କରେ ପ୍ରତାଡିତ ,ପୁଣି ଏ ସଂଗ୍ରାମ ହିଁ  ଜୀବନ ର ସାର୍ଥକତା ର ଫିଟାଏ ଗୁମର ।

ଜୀବନ ଯାତ୍ରା ରେ ପେଣ୍ଡୁଲମ୍ ସଦୃଶ ଦୋଳାୟମାନ ହଉ ହଉ ଆମେ ବୁଝନ୍ତି ସୁଖ ଆଉ ଦୁଃଖ ମଧ୍ୟରେ ପାର୍ଥକ୍ୟ ଆଉ ଏହା ହିଁ ଠିକ୍ ଭାବରେ ଆମକୁ ବୁଝାଇ ଦିଏ ଜୀବନ ର ସନ୍ତୁଳନ । ଜୀବନ ର ଚଲାପଥ ରେ ଏକାନ୍ତର ଭାବରେ ଗତି କରୁ କରୁ ଝୁଣ୍ଟିବା ଏକ ସାଧାରଣ ବିଷୟ ,ଏହା ପ୍ରକୃତ ରେ ଭାଗ୍ୟ ର ବିଡମ୍ବନା ନୁହଁ, ଏହା ଆମରି ନିଷ୍ଠା ଏବଂ କର୍ତ୍ତବ୍ୟବୋଧ ର ପରୀକ୍ଷା ଏବଂ ଏହା ହିଁ ଆମକୁ ଆମ ମାର୍ଗ ବର୍ଣ୍ଣବୋଧ ସହ କରାଏ ସୁଦୃଢ ପରିଚୟ ଆଉ ଏହା ହିଁ ଜୀବନ ର ସଞ୍ଜମତା ର ଏକାନ୍ତ ପରିଚୟ । ପଥ ଯେତେ ଦୀର୍ଘ ହେବ, ସଂଗ୍ରାମ ସେତେ ବଡ଼ ହେବ,ଆଉ ଏହା ହିଁ ଆମକୁ ପ୍ରକୃତ ପରିଚୟ ପ୍ରଦାନ କରିବ । ଏ ଚଲାପଥ ର ପ୍ରତ୍ୟେକ ମୋଡ ନେଇ ଆସେ ନୂଆ ନୂଆ ହୁଙ୍କାର ଏବଂ ତା ସହିତ ଛାଡିଯାଏ ଅସରାଏ ସୁଯୋଗ ର ପନ୍ଥା, ଏବଂ ଏହା ହିଁ ଦିଏ ଆମକୁ ପ୍ରକୃତ ମଣିଷ ର ଆଖ୍ୟା । ଭାବିଲେ କୌତୁକ ଲାଗେ ,ଯଦି ମହାପ୍ରଭୁ ଙ୍କ ସୁମରଣା ରେ ଏ ରାସ୍ତା ସତରେ ପାର ହୋଇଯାଆନ୍ତା ତ ପାଦ ର ଆବଶ୍ୟକତା କଣ ଥନ୍ତା । ସେଥିପାଇଁ "କର୍ତ୍ତବ୍ୟ ହିଁ ଯେ ଭଗବାନ" ଏ ଉକ୍ତି ର ଯଥାର୍ଥ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ । ସେଥିପାଇଁ ତ ଆଜି ସମସ୍ତ  ମହାପୁରୁଷ ଙ୍କ ଜୀବନୀ କର୍ତ୍ତବ୍ୟବୋଧ ଆଉ ନିଷ୍ଠାପର ସାହସ ର ଏକ ଝଲକ । ଏମିତି ହିଁ ଚାଲିଥାଏ ଏ ଜୀବନ ର ପଥ।।ଆରେ ନାଇ ନାଇ ବାଞ୍ଛିତ ଫଳ ପ୍ରାପ୍ତି ଆଉ ବୃଥା କାମନା ର ତୃଷ୍ଣା ଆମେ ଏପରି ପରିପୃକ୍ତ ଯେ ଆମେ ଭୁଲିଯାଇଛନ୍ତି ଜୀବନ ର ସଂଗ୍ରାମ । ବିନା ଅକ୍ଲାନ୍ତ ଶ୍ରମ ରେ ସମସ୍ତଙ୍କୁ ଏଠି ଦରକାର ଶୀର୍ଷ ସ୍ଥାନ । ଏମାନେ ବିନା ଯୁଦ୍ଧ ରେ ହିଁ କରନ୍ତି ଆତ୍ମ ସମର୍ପଣ ।


Thank You for Reading!

Post a Comment

0 Comments

close