You may like

6/recent/ticker-posts

ସଫଳ ମାଣ୍ଡିଆ ଚାଷୀ ଶ୍ରୀମତୀ ରୁକୁଣା ଝୋଡ଼ିଆ

 ରବି ଋତୁ ମଣ୍ଡିଆ ଚାଷର ସଫଳ କାହାଣୀ






ଶ୍ରୀମତୀ ରୁକୁଣା ଝୋଡିଆ

ବୟସ- ୬୭ ବର୍ଷ

ସ୍ଵାମୀ- ରାମ ଝୋଡିଆ 

ବ୍ଲକ/ଗ୍ରାମ –କାଶୀପୁର

ଜିଲ୍ଲା- ରାୟଗଡ଼ା

ପରିବାର ସଂଖ୍ୟା:୬ଜଣ 


    ଶ୍ରୀମତୀ ରୁକୁଣା ଝୋଡିଆ ବୟସ ଅଧିକ ହୋଇଥିଲେ ମଧ୍ୟ ଚାଷପ୍ରତି ତାଙ୍କର ବହୁତ ଆଗ୍ରହ ଓ ଇଚ୍ଛା । ପୁଅ ଝିଅ ସମସ୍ତେ ଅଲଗା ରୁହନ୍ତି ,ସ୍ଵାମୀ ସ୍ତ୍ରୀ ଦୁହେଁ ଗ୍ରାମର ଶେଷ ମୁଣ୍ଡରେ ଘର କରି ,ଚାଷ ଯେଉଁଠି ବାସ ସେଇଠି ଭଳି ଚାଷ ଜମି ପାଖରେ ଘର କରି ରହିଛନ୍ତି । ଅଗ୍ରଗାମୀ କର୍ମୀମାନେ ଓଡ଼ିିଶା ସରକାରଙ୍କ ମିଲେଟ ମିଶନ ଚାଷ ସମ୍ବନ୍ଧରେ ଗାଁରେ କହୁଥିଲେ । ଏହା ଶୁଣି ଶ୍ରୀମତୀ ରୁକୁଣା ଝୋଡିଆ ନିଜେ ନିଜ ଜମିରେ ଓଡିଶା ମିଲଲେଟ ମିଶନ ସହାୟତାରେ ମଣ୍ଡିଆ ଚାଷ କରିବେ ବୋଲି ଆଗ୍ରହ ହୋଇ ମିଲେଟ ମିଶନ ଚାଷୀ ଭାବେ ତାଲିକା ଭୁକ୍ତ ହେଲେ ଏବଂ ଚଳିତ ୨୦୨୦ ଜାନୁୟାରୀ ମାସରେ ୦.୫ ଏକର ଜମିରେ ତଳି ପକାଇ ମଣ୍ଡିଆ ଧାଡିରୁଆ ଚାଷ କରିଛନ୍ତି । ଏହି ଜମିରେ ଚାଷର ଉତ୍ପାଦନ ହାରାହାରି ୪କୁଇନ୍ଟାଲ ହୋଇପାରିବ ବୋଲି ଶ୍ରୀମତୀ ରୁକୁଣା ଝୋଡିଆ ଓ ସ୍ଵାମୀ ରାମ ଝୋଡିଆ କହିଛନ୍ତି । ଏହି ଅଧ ଏକର ଜମିରେ କରିଥିବା ମଣ୍ଡିଆ ଚାଷ ପରିବାର ପାଇଁ ରଖି ଆଊ ସବୁ ବିକ୍ରି କରି ନିଜର ଲୁଗାପଟ୍ଟା ଏବଂ ଆବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିଛନ୍ତି। ସେ ଏବେ ପ୍ରକୃତରେ ବୁଝିପାରିଛନ୍ତି ମଣ୍ଡିଆ ଚାଷ ଏକ ଲାଭ ଦାୟକ ଫସଲ। ଏବଂ କହିଛନ୍ତି ଏହି ଚାଷ ଦ୍ଵାରା ଆମେ ସମସ୍ତ କୃଶକ ଭାଇ ଓ ଭଉଣୀମାନେ କମ ପରିଶ୍ରମ ଓ କମ ଟଙ୍କାରେ ଜୈବିକ ସାରା ପ୍ରୟୋଗ କରି ଅଧିକ ଅମଳକ୍ଷମ କରିପାରିବୁ। ଏହାକୁ ଅମଳ କରି ଅଧିକ ଟଙ୍କାରେ ସରକାରଙ୍କୁ ବିକ୍ରି ମଧ୍ୟ କରି ନିଜର ପରିବାରର ଭରଣ ପୋଷଣ ମଧ୍ୟ କରିପାରିବୁ ।   




Prepared by: AgriTech(All about Agriculture),Odisha


Source: Agragamee,Odisha




Thank you for reading!!






Copyright @ [AgriTech & 2022]. Any illegal repost of this content/articles will result in immediate legal action. 






Post a Comment

0 Comments

close