You may like

6/recent/ticker-posts

କାଶୀପୁର ର ଅଗ୍ରଣୀ ମାଣ୍ଡିଆ ଚାଷୀ ଶ୍ରୀ ଯୁଦ୍ଧେଷ୍ଟି କୁମ୍ଭାର

ରବି ଋତୁ ମଣ୍ଡିଆ ଚାଷର ସଫଳ କାହାଣୀ


Millet farming from juddhesti kumbhar's landAgritech(All about Agriculture)
AgriTech (All about Agriculture)


ଶ୍ରୀ ଯୁଦ୍ଧେଷ୍ଟି କୁମ୍ଭାର 

ପିତା – ଡମ୍ବରୁଧର କୁମ୍ଭାର 

ବୟସ - ୬୦ବର୍ଷ 

ଗ୍ରାମ – କୁମ୍ଭାରଶୀଳ 

ଗ୍ରା:ପ/ବ୍ଲକ – କାଶୀପୁର

ଜିଲ୍ଲା – ରାୟଗଡ଼ା

ପରିବାର ସଂଖ୍ୟା:୭ ଜଣ 

 


    ଶ୍ରୀ ଯୁଦ୍ଧେଷ୍ଟି କୁମ୍ଭାର ଏକ କାଶୀପୁର ଅଞ୍ଚଳର ଏକ ଅଗ୍ରଣୀ କୃଷକ ଅଟନ୍ତି । ତାଙ୍କର ୨ଏକର ଚାଷ ଜମି ଅଛି, ଗତ ୨୦୧୬ ମସିହା ଠାରୁ ଓଡିଶା ମିଲେଟ ମିଶନ ଯୋଜନାରେ ଅଗ୍ରଗାମୀ ରେ ସାମିଲ ହୋଇ , ମଣ୍ଡିଆ ଚାଷୀଭାବେ ନାମିତ ହୋଇଛନ୍ତି, ଗତ ୨୦୧୬ ମସିହାରେ, ୨ ଏକର ଜମିରେ ମାଣ୍ଡିଆ ଚାଷ କରିଥିଲେ ଏବଂ ସେହି ଚାଷରେ ୨ କୁଇନ୍ଟାଲ ମଣ୍ଡିଆ ଉତ୍ପାଦନ ହୋଇଥିଲା । ଉକ୍ତ ଜମିରେ ପୂର୍ବ ଭଳି ତଳି ପ୍ରକାଇ ଥିଲେ  ଏବଂ ଜାନୁୟାରୀ ୨୦୨୦ ମସିହା ପ୍ରଥମ ସପ୍ତାହରେ ତଳି ପକାଇଥିଲେ , ଏବଂ ଫେବୁଆରୀ ମାସର ପ୍ରଥମ ସପ୍ତାହରେ ୧ ଏକର ଜମିରେ ତଳୀ ରୁଆ ମାଣ୍ଡିଆ ଚାଷ କରିଛନ୍ତି । ଏହି ଜମିରେ ୨୦୧୮ ମସିହାରେ ଧାନ ଚାଷ କରିଥିଲେ । ମୋଟ ଉତ୍ପାଦନ ୧୦ଫୁଟ  ଅମଳ ହୋଇଥିଲା । ବର୍ତମାନ ଉକ୍ତ ଜମିରେ କରିଥିବା ମଣ୍ଡିଆ ଚାଷର ଅମଳ ଆନୁମାନିକ ୬କୁଇନ୍ଟାଲ ହେବ ବୋଲି ଶ୍ରୀ ଯୁଦ୍ଧେଷ୍ଟି କୁମ୍ଭାର  କହୁଛନ୍ତି ।ଏହି ଉତ୍ପାଦନ ମାଣ୍ଡିଆ କୁ ନିଜେ ଖାଇବା ସହିତ ବଳକା ମାଣ୍ଡିଆ ବଜାରରେ  ବିକ୍ରି କରି ପରିବାର ଚଳାଇବାକୁ ଆଶା ରଖିଛନ୍ତି ।    ଆମ ଗ୍ରାମରେ ,ତଳି  ମାଣ୍ଡିଆ  ଲଗାଉ ନଥିଲୁ , ମଣ୍ଡିଆ କୁ ବୁଣି ଚାଷ କରୁଥିଲୁ । ଏଥି ଯୋଗୁ ଆମର ଉତ୍ପାଦନ କମ ହେଉଥିଲା । ବର୍ତମାନ ଅଗ୍ରଗାମୀ , ଓଡିଶା ମିଲେଟ ମିଶନ ସହାୟତାରେ ମାଣ୍ଡିଆ କୁ ତଳି ପକାଇ ଚାଷ କରିବା ରାସ୍ତା ଦେଖାଇ ଥିଲେ ଏହି ଭଳି ମାଧ୍ୟମରେ  ମଣ୍ଡିଆ ଚାଷ କଲେ  ଉତ୍ପାଦନ ବୃଦ୍ଧି ପାଉଛି ବୋଲି ଆମକୁ ପରାମର୍ଶ ଦେଇଥିଲେ। ଏହି ଚାଷ ପ୍ରଣାଳୀ ଆମେ କରି ଲାଭ ବନ ହୋଇ ଉପକୃତ ହୋଇପାରୁଛୁ ବୋଲି ଶ୍ରୀ ଯୁଦ୍ଧେଷ୍ଟି କହିଛନ୍ତି ।






Prepared by: AgriTech(All about Agriculture),Odisha




Source: Agragamee,Odisha








Thank you for reading!!












Copyright @ [AgriTech & 2022]. Any illegal repost of this content/articles will result in immediate legal action.

Post a Comment

2 Comments

  1. It was nice to read this article about Millet cultivation in local area. Govt. Should give more priority to tribal farmer so that they can grow more gold in their land.
    Very nice blog

    ReplyDelete

If You have any Queries, Please Let me Know

close