You may like

6/recent/ticker-posts

ଜୈବିକ ଚାଷର ଆବଶ୍ୟକତା (AgriTech (All about Agriculture)

ଜୈବିକ ଚାଷର ଆବଶ୍ୟକତା , Organic Farming, AgriTech (All about Agriculture)

Importance of Organic Farming


ଆମେ ଜାଣୁ ୧୯୬୬ ମସିହାରେ ସବୁଜ ବିପ୍ଲବ ଆରମ୍ଭ ହେଲା ଏହା ଦ୍ଵାରା ଆମେ ଖାଦ୍ଯଶସ୍ଯରେ ସ୍ବାବଲମ୍ବୀ ହେଇପାରିଛୁ ସତ କିନ୍ତୁ ଆମର ଚାଷ ପଦ୍ଧତି ,ଅଧିକ ଅମଳକ୍ଷମ ବିହନର ବ୍ୟବହାର ,ରାସାୟନିକ ସାରା,କୀଟନାଶକ ଔଷଧର ବହୁଳ ବ୍ୟବହାର ଦ୍ଵାରା ଆମର ଖାଦ୍ୟଶସ୍ୟ ଉତ୍ପାଦନ ୨୧୦ନିୟୁତ ଟନ ରେ ଆସି ପହଞ୍ଚିଛିମାତ୍ର ଅଧିକ ରାସାୟନିକ ସାର ,କୀଟନାଶକ ଔଷଧର ବ୍ୟବହାର ଆମର ପରିପାଶ୍ଵିକ ଅବସ୍ଥା କୁ ଦୂଷିତ କରିବା ସଙ୍ଗେ ସଙ୍ଗେ ମାଟିର ସ୍ଵାସ୍ଥ୍ୟହାନୀରେ ସହାୟକ ହୋଇଛି ଏହାଛଡା ଖାଦ୍ୟ ଶସ୍ୟରେ ରହୁଥିବା ରାସାୟନିକ ଦ୍ରବ୍ୟର ଅବଶିଷ୍ଟାନ୍ଶ  ମଣିଷ ତଥା ଗାଈଗୋରୁଙ୍କ ପାଇଁ ହାନିକାରକ ହୋଇଛି ତେଣୁ କ୍ରମବର୍ଦ୍ଧିରୁ ଜନସଂଖ୍ୟାର ଖାଦ୍ୟ ଚାହିଦା ମେଣ୍ଟାଇବାକୁ ହେଲେ ଉଦ୍ଧିଷ୍ଟ ଚାଷଜମିର କୌଣସି କ୍ଷତି ନଘଟାଇ ଅଧିକ ଅମଳ କରିବାକୁ ହେବ

ଲକ୍ଷ :

୧। ପ୍ରକୃତିକୁ ସମ୍ପୂର୍ଣ ଭାବରେ ଉପଯୋଗ କରିବା

୨। ମାଟିରେ କୌଣସି ପ୍ରକାରର କୀଟନାଶକ କିମ୍ବା ରାସାୟନିକ ଔଷଧର ପ୍ରୟୋଗ କରିବା କମାଇବା

୩।  ପ୍ରକୃତିର ନିୟମ ଅନୁସାରେ ଚାଷ ପଦ୍ଧତିରେ ପରିବର୍ତ୍ତନ ଆଣିବା

୪। ଜୈବିକ ପଦ୍ଧତିକୁ ଆଧାର କରି ପରିବେଶ ସହାୟକ ପଦ୍ଧତିରେ ବ୍ୟବହାର କରିବା ।

୫। ମୃତ୍ତିକାର ଉର୍ବରତାକୁ ଅକ୍ଷୁର୍ଣ ରଖି ଖାଦ୍ୟଶସ୍ୟର ଉତ୍ପାଦନ ଓ ମାନ ପ୍ରତି ଗୁରୁତ୍ଵ ଦେବା ।

ଜୈବିକ ଚାଷର ଉପକାରିତା :

୧। ଏହାଦ୍ଵାରା ପ୍ରଦୂଷଣ କମ ହୁଏ ଏବଂ ପରିବେଶର ସ୍ୱାସ୍ଥ୍ୟ ରକ୍ଷା କରେ

୨। ରାସାୟନିକ ସାର ଓ ଔଷଧର ବ୍ୟବହାର କମ ହେତୁ ଏହା  ମାନବ ସମାଜ ଓ ଗୋସମ୍ପଦର ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସହାୟକ ହୁଏ

୩। କମ ଖର୍ଚ୍ଚରେ ରେ କ୍ରମାଗତ ଭାବେ ଅଧିକ ଫସଲ ଉତ୍ପାଦନ କରିବାରେ ସାହାଜ୍ୟ କରେ

୪। ଏହାଦ୍ବାରା ପ୍ରକୃତିକ ସମ୍ପଦର ଉଚିତ ବ୍ୟବହାର ହେବ ସଙ୍ଗେ ଏହା ଆଗାମୀ ଭବିଷ୍ୟତଙ୍କ ପାଇଁ ବହୁଳ ଭାବେ ସଞ୍ଚିତା ହୋଇ ରୁହେ

୫। ସର୍ବୋପରି ଏହା ଶକ୍ତି ସଞ୍ଚୟ ଦିଗରେ ସହାୟକ ହେବା ସଙ୍ଗେ ଫସଲ ହାନୀର ସମ୍ଭାବନା କମ କରେ

ଜୈବିକ ଚାଷ ପଦ୍ଧତି :

ଜୈବିକ ଖତର ବହୁଳ ବ୍ୟବହାର :-

ରାସାୟନିକ ସାରର  କୁପ୍ରଭାବରୁ ମୃତ୍ତିକା ,ପରିବେଶ ରକ୍ଷା କରିବାକୁ ହେଲେ ଜୈବିକ ଖତ ଜମିରେ ପ୍ରୟୋଗ କରିବାକୁ ହେବ ମାତ୍ର ଫସଲର ଚାହିଦାକୁ କେବଳ ଜୈବିକ ଖତ ପୂରଣ କରିପାରିବ ନାହିଁତେଣୁ ସବୁଜ ଖତର ବହୁଳ ପ୍ରୟୋଗ ଆବଶ୍ୟକ ଏଥିପାଇଁ ମୁଖ୍ୟ ଫସଲ ପୂର୍ବରୁ ଜମିରେ ଧଣିଚା,ଛଣପଟ,ବରୁଗୁଡି,କୋଳଥ ଆଦି ଛୁଇଜାତୀୟ ଫସଲ ଚାଷ କରିବାକୁ ହେବ ହେକ୍ଟର ପିଛା ୨୫ କିଲୋଗ୍ରାମ ହାରରେ ମଞ୍ଜି ବୁଣି ୪୦ ଦିନ ହେଇଗଲେ ଏହି ଫସଲକୁ ମାଟିରେ ମିଶାଇବାକୁ ହେବ ଦୁଇ ସପ୍ତାହ ମଧ୍ୟରେ ଅସବୁ ସଢି  ସବୁଜ ସାର ରେ ପରିଣତ ହେବ ଏବଂ ଜମିରେ ସହଜରେ ମିଶିପାରିବ ଏହିସବୁ ସାରରେ ଶତକଡା ୦.୩ ରୁ ୦.୫ ଯବକ୍ଷାରଜାନ ଥାଏଗୋବର ଗ୍ୟାସ ଟାଙ୍କିରୁ ମିଳୁଥିବା ଗୋବର ପୋଳା ସହ ଗାଈ ଗୋରୁଙ୍କ ଠାରୁ ମିଳୁଥିବା ମଳମୂତ୍ର କୁ ଜଳସେଚନ ପାଣି ସହ ମିଶାଇ ଜମିରେ ମଡାଇଲେ ଏହା ମାଟି ସହ ମିଶିଯାଏ

ମୃତ୍ତିକାର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏବଂ କ୍ଷେତରେ ରୋଗ,ପୋକ ଆଦିର ପ୍ରଭାବକୁ କମ କରିବାପାଇଁ ଫସଲ ପର୍ଯ୍ୟାୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଶସ୍ଯ ଜାତୀୟ ଫସଲ ଯଥା ଧାନ ,ମକା ,ମଣ୍ଡିଆ ପରେ ଛୁଇ ଜାତୀୟ ଫସଲ ଅନୁକରଣ କରିବା ଦ୍ଵାରା ବାୟୁମଣ୍ଡଳୀୟ ଯାବକ୍ଷାରଜାନ ଅନେକ ପରିମାଣରେ ମାଟିରେ ସଞ୍ଚିତ ହେଇ ରହିବା ଅନ୍ତଃଚାଷ,ମିଶ୍ରିତଚାଷ ପଦ୍ଧତି ଅନୁସରଣ ଦ୍ଵାରା ଉଭୟ ଫସଲ ପୂର୍ଣ୍ଣ ଭାବେ ପ୍ରକୃତିକ ସମ୍ପଦ ତଥା ଆଲୋକ , ବାୟୁ,ଖାଦ୍ୟସାର  ବ୍ୟବହାର କରି ଚାଷୀ ଅଧିକ ଉତ୍ପାଦନ ପାଇଥାନ୍ତି

ଫସଲରେ ଜୀବାଣୁ ସାରର ପ୍ରୟୋଗ : ,

ଜୀବାଣୁ ସାର ବା ଜୈବ ଉର୍ବରତା ଏକ ପ୍ରକାର ପ୍ରାକୃତିକ ସାର ଆମ ପ୍ରକୃତିରେ ଏଭଳି ଅନେକ ଅନୁଜୀବ ଅଛନ୍ତି ,ଯେଉଁମାନେ ବାୟୁମଣ୍ଡଳୀୟ ଯବକ୍ଷରଜାନ କୁ ଆମୋନିୟମ ଜୈବିକରେ ରୂପାନ୍ତରିତ କରି ମାଟିକୁ ଯୋଗାଇଥାନ୍ତି ଜୀବାଣୁ ସାର ହେଉଛି ଅନୁଜୀବଙ୍କର ସମାହାର ଏହି ପ୍ରାକୃତିକ ସାରରୁ ମିଳୁଥିବା ଯବକ୍ଷରଜାନ ରାସାୟନିକ ସାର ତୁଳନାରେ ଅଧିକ ପ୍ରଭାବଶାଳୀ ଏହାର ବ୍ୟବହାର ସହଜ ଓ ସରଳ ମଧ୍ୟ ରସାୟନିକ ସାର ପ୍ରୟୋଗ ଦ୍ଵାରା ଜମିର ଉର୍ବରତା କ୍ଷୟ ହୋଇ ଚାଲିଥିବାବେଳେ ଜୀବାଣୁସାରର ପ୍ରୟୋଗ ଜମିର ଉର୍ବର ଶକ୍ତିର ଉନ୍ନତି କରିବାରେ ସହାୟକ ହୋଇଥାଏ    

Discussion about FPO with Farmers 

ଆସନ୍ତୁ କରିବା ତରଭୁଜ ଚାଷ 

ପ୍ରଭାତ କୁମାର ବୈଦ୍ୟ ,ରାୟଗଡା

Post a Comment

0 Comments

close